*ଜଳସେଚନ ଦାବିରେ ଗର୍ଜିଲେ ଚାଷୀ: ଖଡ଼ିଆଳ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ*
ନୂଆପଡା(ମିଖାଏଲ ନନ୍ଦ) ତା:୦୩.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ନିର୍ବାହୀ ଯନ୍ତ୍ରୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଡିଭିଜନ କାର୍ଯ୍ୟାଳୟ କୁ ଅନ ଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘେରାଉ କରିଛନ୍ତି। ଚନ୍ଦୋପଲା ବୃହତ୍ ଉଥା ଜଳସେଚନ ପ୍ରକଳ୍ପ ଟେଣ୍ଡର ଶୀଘ୍ର ଘୋଷଣା,ପାଣି ପଞ୍ଚାୟତ ଗଠନରେ ବିଳମ୍ବ ପ୍ରତିବାଦ ରେ ଆଜି ଗଣ ଧାରଣ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ ଆସି ବୁଝାଇବା ଚେଷ୍ଟା କରୁଥିବା ବେଳେ ଆନ୍ଦୋଳନ ଚାଷୀମାନେ ପ୍ରକୃତ ସମସ୍ୟା ସମାଧାନ ପରେ ଆନ୍ଦୋଳନ କରିଛନ୍ତି। ଏହି ପ୍ରକଳ୍ପ ରେ ୯ ଜୋନ ଗଠନ ହୋଇଥିବା ବେଳେ ୩ ଗୋଟି ଉପଖଣ୍ଡ ଗଠିତ ହୋଇଅଛି। ଏହି ଉପଖଣ୍ଡ ମାନଙ୍କ ମଧ୍ୟରେ ୧/୨ ଡିଭିଜନ ର ପାଣିପଞ୍ଚାୟତ ଗଠିତ ହୋଇଥିବା ବେଳେ ୩ ନମ୍ବର ଡିଭିଜନ ର ପାଣି ପଞ୍ଚାୟତ ଗଠିତ ହୋଇଥିବା ବେଳେ ଡିଭିଜନ ରୁ ତିନି ଜଣ କେନ୍ଦ୍ର କମିଟି କୁ ମନୋନୟନ ପ୍ରକ୍ରିୟା ହୋଇ ନାହିଁ।ତିନି ନମ୍ୱର୍ ଡିଭିଜନର ତିନି ଜଣ କେନ୍ଦ୍ର କମିଟି କୁ ମନୋନୟନ ପ୍ରକ୍ରିୟା ତୁରନ୍ତ ଗଠନ କରି ଆବଶ୍ୟକ ପଦକ୍ଷେପ କରିବାକୁ ଆହ୍ୱାନ କରିଛି। ଏହି ଆନ୍ଦୋଳନ ରେ ଜିଲ୍ଲା କୃଷି ଶକ୍ତି ସଙ୍ଗଠନ ସମର୍ଥନ ଜଣାଇ ଆବାହକ ସଞ୍ଜୟ୍ ତିୱାରୀ ପ୍ରକାଶ କରିଛନ୍ତି ଆନ୍ଦୋଳନ ରେ ସମ୍ପାଦକ ଡଃ.ସିଦ୍ଧାର୍ଥ ଶଙ୍କର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ଭଗତ୍ ରାମ ଶବର, ଅମରେଶ ପଟ୍ଟନାୟକ ସହ ଶତାଧିକ ଚାଷୀ ଆନ୍ଦୋଲନ କୁ ଓହ୍ଲାଇଥିଲେ।
