ସ୍ଵର୍ଗତ ସଂଗ୍ରାମୀ ବିମ୍ବାଧର
ମୁଦୁଲିଙ୍କ ର ସ୍ମୃତି ସଭା
ରିପୋର୍ଟ – ନିରୋଜ କୁମାର ସେଠୀ କାଉପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ବର୍ଗତ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଏକ ସ୍ମୃତି ସଭା କାଉପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ବୁଦ୍ଧିଜୀବୀ ଏବଂ ମାନ୍ୟ, ଗନ୍ୟ ବ୍ୟକ୍ତି,ସ୍ଥାନୀୟ ଜନସାଧାରଣ ଯୋଗଦେଇ ଦିବଙ୍ଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
ସଭା ଆରମ୍ଭରେ ଦିବଙ୍ଗତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବକ୍ତାମାନେ ତାଙ୍କର ଜୀବନାଦର୍ଶ, ସମାଜ ପ୍ରତି ଅବଦାନ ଓ ମାନବିକ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ସଭାରେ ସରପଞ୍ଚ ଶ୍ରୀଯୁକ୍ତ ପ୍ରତାପ ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟାକ୍ଷ ଦେବାଶିଷ ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ବିଡ଼ିଓ ନମିତା ବାରିକ, ପଞ୍ଚାୟତ ସମିତିସଭ୍ୟା ମିଲନପ୍ରଭା, ଦେବରାଜ ମହାପାତ୍ର,ସ୍ବର୍ଗତ ବିମ୍ବାଧର ଙ୍କ ନାତି ନଟବର ସାହୁ ଓ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦିବଙ୍ଗତଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।
