ସାରସକଣା ବ୍ଲକରେ ଜଣେ ଲେଖାଏଁ ଶିକ୍ଷକ ରେ ଚାଲିଛି ୨୩ ବିଦ୍ୟାଳୟ ।
__________________
ସାରସକଣା,(୧/୮/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶିକ୍ଷା ବିଭାଗ ଅଧିନରେ ରହିଛି ସର୍ବମୋଟ ୧୭୮ ଗୋଟି ବିଦ୍ୟାଳୟ । ସେଥି ମଧ୍ୟରୁ ୨୩ ଗୋଟି ବିଦ୍ୟାଳୟରେ ଚ଼ାଲିଛି ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ପାଠ ପଢା I ଉକ୍ତ ୨୩ ଗୋଟି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ୬୭୭ ଛାତ୍ରୀଛାତ୍ର । ଏହାକୁ ନେଇ ଅନୁମାନ କରୁଥିବେ କିପରି ଚାଲିଛି ପାଠପଢା I ପିଲାଙ୍କ ଉଜ୍ବଳ ଭବିଷ୍ୟତକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଜଣେ ଲେଖାଏଁ ଶିକ୍ଷକରେ ଚାଲିଥିବା ସ୍କୁଲଗୁଡ଼ିକ ମଧ୍ୟରେ ବାଗଗୁଡ଼ା କ୍ଲଷ୍ଟରର ନୁହାମାଳିଆ ପ୍ରାଥମିକ ବିଦ୍ୟାଳୟ, ଦିଘି କ୍ଲଷ୍ଟରର ଢାକାଡ଼ିହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ପାନ୍ଧଡ଼ା କ୍ଲଷ୍ଟରର ବାଗ୍ ନଗର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଣସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଖେରଣା କ୍ଲଷ୍ଟରର ବାଙ୍କି ଶୋଳ ପ୍ରାଥମିକ ବିଦ୍ୟାଳୟ, ଜରକି କ୍ଲଷ୍ଟରର କୁକୁଡ଼ା ଅଣ୍ଡା ଓ ଯୋଡ଼ାଜାମ୍ ପ୍ରାଥମିକ ବିଦ୍ୟାଳୟ, ଯୋକା କ୍ଲଷ୍ଟରର ଦିଗାରି ଶୋଳ ପ୍ରାଥମିକ ବିଦ୍ୟାଳୟ,ଆମ୍ବଡ଼ିହା ପ୍ରାଥମିକ ବିଦ୍ୟାଳୟ, ଯୋକା ଉନ୍ନିତ ପ୍ରାଥମିକ ବିଦ୍ୟାଳୟ, ମୁରୁଣିଆଁ କ୍ଲଷ୍ଟରର କୁମ୍ଭାରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ମୁଣ୍ଢାବଣୀ ପ୍ରାଥମିକ ବିଦ୍ୟାଳୟ, ଘାଘରା ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ପଞ୍ଚମ ତଳିଆ ପ୍ରାଥମିକ ବିଦ୍ୟାଳୟ, ପୋଡ଼ାଶିଆ କ୍ଲଷ୍ଟରର ପାଣିଜିଆ ନୂତନ ପ୍ରାଥମିକ ବିଦ୍ୟାଳୟ, ପୋଖରଡ଼ିହା କ୍ଲଷ୍ଟରର ମହେଶପୁର ପ୍ରାଥମିକ ବିଦ୍ୟାଳୟ, ରଜାଲୋକା କ୍ଲଷ୍ଟରର କାତରାସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ରସିକା ପ୍ରାଥମିକ ବିଦ୍ୟାଳୟ, ସାନଚ଼ାଟରା କ୍ଲଷ୍ଟରର ବଡ଼ ଚ଼ାଟରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସକଣା କ୍ଲଷ୍ଟରର କୁଣ୍ଡଳବଣୀ ପ୍ରାଥମିକ ବିଦ୍ୟାଳୟ, ଜାଲଦା କ୍ଲଷ୍ଟରର ଧନାଶ୍ରୀ ନୂତନ ପ୍ରାଥମିକ ବିଦ୍ୟାଳୟ ରହିଛି। ଏ ସମସ୍ତ ୨୩ ଗୋଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକରେ ଛାତ୍ରୀ ଛାତ୍ରଙ୍କୁ ଶିକ୍ଷକ ପାଠ ପଢ଼ାଉଥିବା ସହିତ ବିଭିନ୍ନ ସମୟରେ ଅଫିସ କାର୍ଯ୍ୟରେ ବ୍ଲକ କାର୍ଯ୍ୟାଳୟ ଯାଉଥିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟ କରୁଛନ୍ତି, ଏଥିରୁ ଅନୁମାନ କରାଯାଏ, ସେହି ବିଦ୍ୟାଳୟ ଗୁଡ଼ିକରେ କିପରି ଶିକ୍ଷାଦାନ ଦିଆଯାଉଛି ? ଏହାକୁ ନେଇ ଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକଙ୍କ ମାଧ୍ୟମରେ ଛାତ୍ରୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର କରି ଦିଆଯାଉଛି । ଏହାକୁ ନେଇ ଅଭିଭାବକ ମାନେ ପିଲାଙ୍କ ଭବିଷ୍ୟତ ଗଠନକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଏଣୁ ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟାଳୟ ଗୁଡ଼ିକରେ ଯଥା ଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ସରକାରଙ୍କ ନିକଟରେ ଦାବି ହେଉଛି।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର |
