ବିଜୁ ଜନତା ଦଳ ପକ୍ଷରୁ ଏସଆଇଆର ସମ୍ପର୍କିତ କର୍ମଶାଳା
___________________
ସାରସକଣା,(୧/୮/୨୬):(ନି.ପ୍ର):
ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା ବ୍ଲକ ର ୫୬ନମ୍ବର ଜୋନ ରେ ବିଜୁ ଜନତା ଦଳ ତରଫରୁ SIR ସମ୍ପର୍କିତ କର୍ମଶାଳା ଅନୁଷଠିତ ହୋଇଯାଇ ଅଛି। ବ୍ଲକ ସଭାପତି ମଣିଶଙ୍କର ବାରିକ ଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ବୁଥର ଦଳୀୟ BLA ସବୁ ଆସିଥିଲେ ।ଏବଂ ସେମାନଙ୍କୁ ଭୋଟର ତାଲିକା ରୁ ନାମ କଟିଥିଲେ କେମିତି ପୁନଃ ଯୋଡ଼ି ହେବ ସେ ବିଷୟରେ ଅବଗତ କରାଇଥିଲେ। ଏହି କର୍ମ ଶାଳା ରେ ଜିଲ୍ଲା ସଭାପତି ଡ ଦେବାଶିଷ ମାର୍ଣ୍ଡି,ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କର,ରାଜ୍ୟ ସମ୍ପାଦକ ଦୀପକ ମଢୁଆଳ,ଜିଲ୍ଲା ଛାତ୍ର ସଭାପତି ଚନ୍ଦ୍ର ଶେଖର ସାହୁ,ଅଜୟ ମଣ୍ଡଳ, କ୍ଷେତ୍ରମୋହନ ବେହେରା,ବିଶିକେଶନ ଗିରି,ଟିନା ନାଏକ,ଅନିଲ ସାହୁ,ସୁମନ ମଢୁଆଳ, ଲିପୁ ନାଏକ,ପ୍ରମୁଖ ଉପସ୍ଥିତ ଥିଲେ।ତେବେ SIR କୁ ନେଇ ସମସ୍ତେ ସଜାଗ ହେବା ଦରକାର ବୋଲି ଡ ମାର୍ଣ୍ଡି କହିଥିଲେ। ଏବଂ ଦଳୀୟ BLA ମାନଙ୍କୁ ଲୋକ ଯେମିତି ହୋଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
