
କାଶୀନଗର ଦୈନିକ ବଜାରର ପରିତ୍ୟକ୍ତ ଅବସ୍ଥା ଦେଖି ବିଧାୟକ ତାଯୁବ।
ଗଜପତି ( ଟିକି ଲିମା)
ସ୍ଥାନୀୟ ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଆକସ୍ମିକ ଭାବେ କାଶୀନଗର ଗସ୍ତ କରି ଏଠାରେ ଥିବା ଅଟୋ ଷ୍ଟାଣ୍ଡ ଓ ବସ ଷ୍ଟାଣ୍ଡ ସହ ନିକଟରେ ଥିବା ଦୈନିକ ବଜାର ସ୍ଥିତି ଦେଖି ଆଚମ୍ବିତ ହୋଇ ଯାଇଥିଲେ. ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଦୈନିକ ବଜାର ଭିତରେ ଥିବା ଦୋକାନ ଗୃହ ଗୁଡ଼ିକ ଯେପରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ଯାହା ଦ୍ୱାରା ରାତ୍ରି ସମୟରେ ବିଭିନ୍ନ ଅସମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ସ୍ଥଳୀ ହୋଇ ପଡିଛି, ତତ ସହ ସ୍ୱଛତା ରକ୍ଷା ହେଉ ନ ଥିବା ବିଧାୟକ ଅନୁଧ୍ୟାନ କରିଥିଲେ. କିଛି ସ୍ଥାନୀୟ ବ୍ୟକ୍ତି ଯେଉଁ ଅଟୋ ଷ୍ଟାଣ୍ଡ ବର୍ତମାନ ଅଛି ତାହା ଉଛେଦ କରି ସେହି ସ୍ଥାନରେ ଏକ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା ପାଇଁ ମସୁଧା ହେଉଥିବା ବିଧାୟକଙ୍କୁ ସୂଚନା ଦେବାରୁ ବିଧାୟକ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ଏଠାରୁ ଅଟୋ ଷ୍ଟାଣ୍ଡ ଉଛେଦ ହେଲେ କଣ ସବୁ ସମସ୍ୟା ଉପୁଜିବ ସେ ବିଷୟରେ ବାର୍ତାଳାପ କରି ମାର୍କେଟ କମ୍ପ୍ଲେକ୍ସ ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହଁ ଵୋଲି ଅବଗତ କରିଥିଲେ. ସେହିପରି କାଶୀନଗର ଦୈନିକ ବଜାରର ଦୁରବସ୍ଥା ବିଷୟରେ ସ୍ଥାନୀୟ ବେପାରି ମନେ ବିଧାୟକ ନିକଟରେ ବିଭିନ୍ନ ସମସ୍ୟା ମାନ ଉପସ୍ଥାପନା କରି ଏଠାରେ କିପରି ଏକ ସୁସ୍ଥ ବାତାବରଣରେ ଏକ ସୁନ୍ଦର ଓ ସମସ୍ତଙ୍କୁ ଉପଯୋଗୀ ହେଲା ଭଳି ଏକ ଦୈନିକ ବଜାର ନିର୍ମାଣ ହେବ ସେଥି ପ୍ରତି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରତିଶୃତି ଦେଇଥିଲେ. କାଶୀନଗର ବସ ଷ୍ଟାଣ୍ଡ ଠାରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣର ମଧ୍ୟ ସମସ୍ୟା ଥିବା ବେଳେ ବର୍ତମାନ ବସ ଷ୍ଟାଣ୍ଡର ରାସ୍ତା ପାର୍ଶ୍ୱରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ସରିଥିବା ଡ୍ରେନର ଚଉଡା ଯାହାକି ପୂର୍ବରୁ 3ଫୁଟ ଥିଲା ତାହା ବର୍ତମାନ ସଂକୀର୍ଣ୍ଣ କରି ପ୍ରାୟ ଏକ ଫୁଟ ରେ ସୀମିତ ରଖିଥିବାରୁ ସ୍ଥାନୀୟ ଲୋକ ମନେ ଅଭିଯୋଗ କରି ଏହି ଡ୍ରେନ କୁ ତୁରନ୍ତ ଚଉଡା କରି ପୁଣି ଥରେ ନିର୍ମାଣ କରିବା ପାଇଁ ବିଧାୟକଙ୍କ ସମ୍ମୁଖରେ ଅଭିଯୋଗ ଆଣିଥିଲେ।
