*ଓଡ଼ିଶା ବ୍ରିଗେଡ ସ୍କୁଲ ରେ କାରଗିଲ ବିଜୟ ଦିବସ ପାଳିତ*
___________________
ସାରସକଣା,(୨୬/୭/୨୬):(ନି.ପ୍ର): ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଠାରେ ଅବସ୍ଥିତ ଓଡ଼ିଶା ବିଗ୍ରେଡ୍ ସ୍କୁଲ ପାଠ ପଢା ସହିତ ପିଲାମାନଙ୍କର ଶିକ୍ଷଣୀୟ ପାଇଁ ବର୍ଷସାରା ବିଭିନ୍ନ ପ୍ରକାର ଇଭେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସେହି ପରିପ୍ରେକ୍ଷୀରେ ଆଜି ୨୬ ଜୁଲାଇ ୨୦୨୬ ତାରିଖ ରେ ଓଡ଼ିଶା ବ୍ରିଗେଡ୍ ସ୍କୁଲରେ କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା। ସ୍କୁଲର ଶିକ୍ଷକ ରଜତ କୁମାର ବସା ଓ ଶିକ୍ଷୟତ୍ରୀ ମାଧୁରୀ ରାଜଙ୍କ ନେତୃତ୍ୱ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଆଜିର କାର୍ଯ୍ୟକ୍ରମର ଆରମ୍ଭରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନାଟକ ପରିବେଷଣ କରି କାରଗିଲ ଯୁଦ୍ଧ ର ବୀର ଯବାନମାନଙ୍କ ସାହସ, ବୀରତ୍ୱ ଓ ତ୍ୟାଗକୁ ସ୍ମରଣ କରିଥିଲେ। ଶିକ୍ଷକମାନେ କାରଗିଲ ବିଜୟ ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରି ଦେଶପ୍ରେମ, ଶୃଙ୍ଖଳା ଏବଂ କର୍ତ୍ତବ୍ୟନିଷ୍ଠାର ଭାବନା ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ।
ଶେଷରେ ସମସ୍ତେ ଦେଶର ଅଖଣ୍ଡତା, ଏକତା ଓ ସୁରକ୍ଷା ପ୍ରତି ସମର୍ପିତ ରହିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ଦେଶପ୍ରେମ ଓ ବୀର ସହିଦମାନଙ୍କ ପ୍ରତି ଅଗାଧ ସମ୍ମାନର ଭାବନା ସୃଷ୍ଟି କରିଥିଲା। ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
