ବୃକ୍ଷ ରୋପଣକୁ ନୈତିକ ଦାୟିତ୍ୱ ଭାବରେ ଗ୍ରହଣକରିବାକୁ ବରଗଡ଼ ମହିଳା ସମିତିର ଆହ୍ଵାନ
ବରଗଡ଼, ୨୬/୦୭ -(ନି ପ୍ର )
ବୃକ୍ଷ ରୋପଣ ଆଜିର ସମୟରେ ଅତ୍ୟନ୍ତ ଜରୁରୀ ଅଟେ, ଯାହା ମୁଖ୍ୟତଃ ଶୁଦ୍ଧ ଅମ୍ଳଜାନ ପ୍ରଦାନ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜଳବାୟୁ ସନ୍ତୁଳନ ରକ୍ଷା କରିବା ପାଇଁ ଆବଶ୍ୟକ। ତେଣୁ ପ୍ରତ୍ୟେକ ସ୍ତରରେ ବୃକ୍ଷ ରୋପଣକୁ ନୈତିକ ଦାୟିତ୍ୱ ଭାବରେ ଗ୍ରହଣକରି ପ୍ରତ୍ୟେକେ ବୃକ୍ଷ ରୋପଣ କରିବାକୁ ବରଗଡ଼ ମହିଳା ସମିତି ଅନୁରୋଧ ଜଣାଇଛି। ସମିତି ପକ୍ଷରୁ ଆଜି ବରଗଡ଼ ସାଇନ୍ସ ଇନଷ୍ଟିଚ୍ୟୁଟ ଠାରେ ବୃକ୍ଷରୋପଣ କରାଯାଇଥିଲା। ଏଥିରେ ମୁଖ୍ୟତଃ ଦୀର୍ଘ ସ୍ଥାୟୀ ବୃକ୍ଷ ପାଇଁ ୫୦ଟି ଚାରା ରୋପଣ କରାଯାଇଥିଲା। ସମିତିର ସଭାନେତ୍ରୀ ମନ୍ଦାକିନୀ ପତି ଓ ସମ୍ପାଦିକା ରିନୁ ପତିଙ୍କ ନେତୃତ୍ୱରେ ସଭ୍ୟାଗଣ ମମତା ମିଶ୍ର, କନକ ପ୍ରଧାନ, ଅଞ୍ଜନା ଦାସ, ସୁଧାଂଶୁ ବାଲା ଦାଶ, ସସ୍ମିତା ପଟ୍ଟନାୟକ, ଡ଼ା କମଳିନୀ ଦାଶ, ସ୍ୱାଧୀନି ଦାଶ, ସଙ୍ଗୀତା ଗୁପ୍ତା, ସଲୋନି ଦାସ, ସଂଘମିତ୍ରା ପଟେଲ, ଦିବ୍ୟକାନ୍ତି ଭୋଇ, ମଞ୍ଜୁ ପଢାନ, ମଞ୍ଜୁଳା ସାହୁ, ନିବେଦିତା ପୁଝାରୀ, ବୀଣାପାଣି ଜେନା, ସୌଭାଗ୍ୟଲକ୍ଷ୍ମୀ ମିଶ୍ର, ସୁଜାତା ପଣ୍ଡା, ରାଜଶ୍ରୀ ଦୋରା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ଶିକ୍ଷାନୁଷ୍ଠାନ ପକ୍ଷରୁ ଡ଼ ପ୍ରଦୀପ ହୋତା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।
