ସାରସକଣା/ଜାମଶଳା(ଅନିଲ କୁମାର ସାହୁ) : ଡ.ଦେବାଶିଷ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଆଜି ସାରସକଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା ନିମନ୍ତେ ୧୦୮ ଟି ଦୀପ ପ୍ରଜ୍ଜଳନ କରିବା ସହିତ ପୂଜାର୍ଚ୍ଚନା କରାଯାଇଥିଲା।ଦଳର ବରିଷ୍ଠ ନେତା ଅମରେନ୍ଦ୍ର କର,ସମୀର କୁମାର ବେହେରା,ସୂର୍ଯ୍ୟ ମୁର୍ମୁ, ସେହ୍ନାଶିଶ ହତା,ସୁଦର୍ଶନ ନାଏକ,ଚନ୍ଦ୍ର ଶେଖର ସାହୁ,ଅକ୍ଷୟ ସାହୁ,ହରେକୃଷ୍ଣ ଦାସ, ମଣି ଶଙ୍କର ବାରିକ,ସୁବ୍ରତ ମଣ୍ଡଳ,ଅଜୟ ବେହେରା,ମୀନକେତନ କଲିଆ,ପ୍ରସାଦ ପଲେଇ,ରାଧାକୃଷ୍ଣ ହାଂସଦା,ତଥା ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
