ବାଳିକା ହାଇସ୍କୁଲ ନୂତନ ପରିଚାଳନା କମିଟି ଗଠନ
ଆଗରପଡ଼ା,(ନିପ୍ର) ରାଜ୍ୟ ବିଜେପି ସରକାର ପ୍ରଥମ ଥର ପାଇଁ ନୂତନ ସ୍କୁଲ ପରିଚାଳନା କମିଟି ବା ଏସଏମସି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ନିର୍ଦ୍ଦେଶ ଓ ସମସ୍ତ ଗାଇଡଲାଇନ ଅନୁସାରେ ଶୁକ୍ରବାର ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱ ନିର୍ବାହ କରୁଥିବା ଚିତ୍ତରଂଜନ ମହାନ୍ତି,ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଅଧ୍ୟାପକ ବ୍ରଜ ମୋହନ ପତିଙ୍କ ସମେତ ୨୧୦ ଜଣ ଅଭିଭାବକ ଓ ଅଭିଭାବିକାଙ୍କ ଉପସ୍ଥିତରେ ସର୍ବସମ୍ମତି କ୍ରମେ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । ମନମୋହନ ରାଉତ, ଅଶୋକ ସିଂହ, ବର୍ଷାରାଣୀ ମଲ୍ଲିକ, ସସ୍ମିତା ନାଥ ପ୍ରମୁଖ ସଭ୍ୟ,ସଭ୍ୟା ଭାବେ ମନୋନୀତ ହୋଇଥିଲେ । କମିଟିର ମନୋନୀତ ନୂତନ ସଭ୍ୟ,ସଭ୍ୟାମାନଙ୍କୁ ସ୍କୁଲ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
