*ନୂଆପଡ଼ାରେ MCL ଓ RK HIV AIDS ରିସର୍ଚ୍ଚ ସେଣ୍ଟରର ମହତ ପ୍ରୟାସ; ଯକ୍ଷ୍ମା ରୋଗୀଙ୍କୁ ମିଳିଲା ପୋଷଣ କିଟ୍*
ନୂଆପଡା(ମିଖାଏଲ ନନ୍ଦ):
ତାରିଖ ୮ ଜୁଲାଇ, ୨୦୨୬
ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ନୂଆପଡା ଠାରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। MCL ର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପଦକ୍ଷେପ ଅନ୍ତର୍ଗତ ଏବଂ RK HIV AIDS Research and Care Centre ର ସହଯୋଗରେ ନୂଆପଡା ବ୍ଲକର ୨୧୦ ଜଣ କ୍ଷୟରୋଗୀଙ୍କ ମଧ୍ୟରୁ ୬୦ ଜଣଙ୍କୁ ପୋଷଣ କିଟ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲା କ୍ଷୟରୋଗ ଅଧିକାରୀ (DTO) ଶ୍ରୀ ଦିଲୀପ ଦାସ, ଡିପିସି ଶ୍ରୀ ତାପସ ଭୋଇଦାର, ପିପିଏମ୍ ଶ୍ରୀ ଦେବୀପ୍ରସାଦ ମିଶ୍ର, ଏସଟିଏସ୍ ଶ୍ରୀ ନାରାୟଣ ହୋତା ଏବଂ ଶ୍ରୀ ଅଭିଳାଷ ମହାପାତ୍ରଙ୍କ ଗରିମାମୟ ଉପସ୍ଥିତି ଓ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା।
ଏହି ଅଭିଯାନ ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ, IAS ଏବଂ RK HIV AIDS Research and Care Centre ର ଅଧ୍ୟକ୍ଷ ଡ଼ଃ ଧର୍ମେନ୍ଦ୍ର କୁମାରଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଉଛି। ଗତ ନଅ ମାସ ଧରି ନୂଆପଡା ଜିଲ୍ଲାର ୮୦୦ ଜଣ କ୍ଷୟରୋଗୀ ଏବଂ ସେମାନଙ୍କର ତିନିଜଣ ଲେଖାଏଁ ପରିବାର ସଦସ୍ୟଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ ପ୍ରଦାନ କରାଯାଉଛି।
ଆୟୋଜକ ସଂସ୍ଥାର ପ୍ରତିନିଧିମାନେ କହିଥିଲେ ଯେ, ଏହି ଜନକଲ୍ୟାଣମୂଳକ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ କ୍ଷୟରୋଗୀ ଏବଂ ସେମାନଙ୍କର ତିନିଜଣ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ପୋଷଣ ସହାୟତା ପ୍ରଦାନ କରି ସେମାନଙ୍କୁ ଶୀଘ୍ର ସୁସ୍ଥ କରିବା ସହିତ ‘ଟିବି ମୁକ୍ତ ଭାରତ’ ରାଷ୍ଟ୍ରୀୟ ସଂକଳ୍ପକୁ ସାକାର କରିବା।
ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ RK HIV AIDS Research and Care Centre ର ପ୍ରମୁଖ ଟିମ୍ ସଦସ୍ୟମାନଙ୍କର ସକ୍ରିୟ ଭୂମିକା ରହିଥିଲା। ସେମାନଙ୍କ ମଧ୍ୟରେ—
ସୁଶ୍ରୀ ଯୋଗିତା ବୋରକର – ପ୍ରୋଜେକ୍ଟ ହେଡ୍
ଶ୍ରୀ ଅନି ଭୂଷଣ ରାୟ – ପ୍ରୋଜେକ୍ଟ କଣ୍ଟ୍ରୋଲର
ଶ୍ରୀ ସତ୍ୟଜିତ ଦାସ – ପ୍ରୋଜେକ୍ଟ ମ୍ୟାନେଜର
ଏହି କାର୍ଯ୍ୟକ୍ରମ DTO ଶ୍ରୀ ଦିଲୀପ ଦାସ, DPC ଶ୍ରୀ ତାପସ ଭୋଇଦାର, PPM ଶ୍ରୀ ଦେବୀପ୍ରସାଦ ମିଶ୍ର, STS ଶ୍ରୀ ନାରାୟଣ ହୋତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଏହି ଅବସରରେ ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ, IAS MCL ଏବଂ RK HIV AIDS Research and Care Centre ର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, କ୍ଷୟରୋଗ ନିରାକରଣର ଜାତୀୟ ଲକ୍ଷ୍ୟ ପୂରଣରେ ଏଭଳି ପୋଷଣ ସହାୟତା କାର୍ଯ୍ୟକ୍ରମ ଏବଂ ସଂସ୍ଥାଗତ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
