ଧର୍ମପରାୟଣା ମହିଳା ବାୟାଣୀ ବେହେରାଙ୍କ ପରଲୋକ
ବନ୍ତ,୮/୭: ବିଟିପୁର ପଞ୍ଚାୟତ ଅନ୍ତର୍ଗତ ହଳଦିପହଣି ଗ୍ରାମର ଜଣେ ଧର୍ମପରାୟଣା ତଥା ମିଷ୍ଟଭାଷୀ ମହିଳା ବାୟାଣୀ ବେହେରାଙ୍କର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ବିଳମ୍ବିତ ରାତିରେ ରୋଗଗ୍ରସ୍ତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସ୍ୱର୍ଗତା ବାୟାଣୀ ବେହେରା ହେଉଛନ୍ତି ଗ୍ରାମର ଚିନ୍ତାମଣି ବେହେରା ଏବଂ ରତ୍ନାକର ବେହେରାଙ୍କ ମାତା। ତାଙ୍କର ଏହି ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ପରୋପକାରୀ ଓ ସ୍ନେହୀ ମହିଳା ଭାବରେ ଗାଁରେ ବେଶ୍ ପରିଚିତ ଥିଲେ। ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ବିଶେଷ କରି ବିଜେପିର ବିଟିପୁର ଶକ୍ତିକେନ୍ଦ୍ର ପ୍ରମୁଖ ଚିନ୍ମୟ ମହାପାତ୍ର, ମାହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ,ବିଟିପୁର ବୁଥ୍ ସଭାପତି ବାବୁରାମ ବେହେରା,ଯୁବମୋର୍ଚ୍ଚା ସଭାପତି ଶୁଭେନ୍ଦୁ ବେହେରା, ବିଜେପି ଯୁବନେତା ସପନ ସିଂହ, ପ୍ରସନ୍ନ ପାତ୍ର, ଶିକ୍ଷାବିତ୍ ଚିତ୍ତରଂଜନ ସାମନ୍ତରାୟ,ଶ୍ୟାମସୁନ୍ଦର ପୁହାଣ, ପୁରସ୍ତମ ରାଉତ, କହ୍ନେଇ ପୁହାଣ ଏବଂ ଈଶ୍ୱର ପୁହାଣ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପରେ ଏହି ସମସ୍ତ ନେତୃବୃନ୍ଦ ଏବଂ ଗ୍ରାମବାସୀ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
