ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ
____________________
ସାରସକଣା,(୨୮/୦୬/୨୬):ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶିର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଠାରେ ପଲ୍ସ ପୋଲିଓ ଟୀକାକରଣ (ଆଇପିପିଆଇ-୨୦୨୬) ଅଭିଯାନ ଉଦଘାଟିତ ହୋଇଛି। ଏହି ପୋଲିଓ ଟିକାକରଣ ଅଭିଯାନ ୨୦୨୬ ମସିହାର ପ୍ରଥମ ପର୍ଯ୍ୟାୟ | ଶିର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ମୋଟ ୫୦ ଟି ପୋଲିଓ ବୁଥ ରହିଥିବା ବେଳେ ପ୍ରତି ବୁଥରେ ଜଣ ଲେଖାଏଁ ମୋଟ ୨୦୦ ଜଣ କର୍ମକର୍ତ୍ତା ଏବଂ ୧୦ ଜଣ ସୁପରଭାଇଜର ନିୟୋଜିତ ଥିଲେ । ପ୍ରଥମ ଦିନରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ହେଉଥିବା ବେଳେ ବାକି ଦୁଇ ଦିନରେ ଘରକୁ ଘର ବୁଲି ଡାକ୍ତରୀ ଟିମ୍ ପରିଦର୍ଶନ କରିବେ ଏବଂ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ଚଣା ବାସିନ୍ଦା ବିଶ୍ୱଜିତ ରାଉତ ଓ ଜସ୍ମିନ ମିଶ୍ରଙ୍କ କନ୍ୟା ଜାହ୍ନବୀ ରାଉତଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଏମଓ ମନୋଜ କୁମାର ସେନାପତି, ଏଡିପିଏଚସିଓ ସଂଯୁକ୍ତା ପଣ୍ଡା, ରମାକାନ୍ତ ବାରିକ, ଦୋଳଗୋବିନ୍ଦ ପଣ୍ଡା, ସିସିଟି ରମେଶ କୁମାର ମିଶ୍ର, ଜାକି ଆଲାମ, ମାନସ ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
