ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ବିଦା ହେଲେ ପ୍ରଦୀପ।
ସୋର (ଭଞ୍ଜଦୂତ, ନିପ୍ର)::: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ବିଦା ହେଲେ ପ୍ରଦୀପ ପଲେଇ(ବାବୁଲି)। ସୂଚନାଯୋଗ୍ୟ ସୋର ବ୍ଲକ ସାଜନପୁର ପଞ୍ଚାୟତ ବିଜେପି ରେ ଗତ କିଛି ମାସ ପୂର୍ବରୁ ଯୋଗଦେଇଥିବା ଶ୍ରୀ ପଲେଇ ଅନ୍ୟ ଦଳ ସମ୍ପର୍କରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଥିଲେ। ଏହା ଜାଣି ବିଜେପି ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ ତାଙ୍କୁ ଦଳରୁ ବହିସ୍କାର କରିଛନ୍ତି। ଉକ୍ତ ବୈଠକରେ ସାଜନପୁର ପଞ୍ଚାୟତ ବରିଷ୍ଠ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
