ମହରମ୍ ପାଇଁ ସୋର ପୋଲିସ ର ଫ୍ଲାଗ ମାର୍ଚ୍ଚ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଆଗାମୀ ୨୬ ଏବଂ ୨୭ ତାରିଖରେ ସୋରରେ ମହରମ୍ ପର୍ବ ପାଳନ କରାଯିବ।ଏହି ମହରମ ପର୍ବ ରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଏକ ଫ୍ଲାଗ ମାର୍ଚ୍ଚ ସୋର ପୌର ପାଳିକାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ଫ୍ଲାଗ ମାର୍ଚ୍ଚ ପୌର ପାଳିକା ଅନ୍ତର୍ଗତ ଆଶ୍ରମ ଛକରୁ ବାହାରି ମେଡିକାଲ ଛକ, ଅଡଙ୍ଗବଜାର, ଛତ୍ରପୁର ଛକ ଦେଇ ବାମ୍ଫି ଛକରେ ପହଂଚିଥିଲା। ସେଠାରୁ ପୁଣି ଛତ୍ରପୁର ଛକ, କୋର୍ଟ ଛକ ଦେଇ ମେଡିକାଲ ଛକରେ ଶେଷ ହୋଇଥିଲା।ଏହି ସମୟରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଚି଼ହ୍ନଟ କରାଯାଇ ମହରମ ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାସ, ଯୋଗେଶ୍ୱର ଓରାମ, କ୍ରାଇମ ଡିଏସପି ତପସ୍ୱିନୀ କହଁର,ଡିଏସପି ଚାନ୍ଦମଣୀ ସିଂ, ବାମଦେବ ନନ୍ଦ,ସୋର ଥାନାଧିକାରୀ ଦେବରାଜ ଜେନା, ଅନନ୍ତପୁର ଥାନାଧିକାରୀ ସରୋଜ ଦାସ, ଖନ୍ତାପଡ଼ା ଥାନାଧିକାରୀ ଅନୁରାଗ ମହାନ୍ତି, ଖଇରା ଥାନାଧିକାରୀ ଜନ ପଟ୍ଟନାୟକ, ଔପଦା ଥାନାଧିକାରୀ ପ୍ରମୋଦ ଦାସଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ, ବିଭିନ୍ନ ଥାନାରୁ ଆସିଥିବା ସମସ୍ତ ଅଧିକାରୀଙ୍କ ସମେତ ୮ ପ୍ଲାଟୁନ ପୁଲିସ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ।
