ତାଳଚେର ପୌରାଞ୍ଚଳର ବିକାଶ ଧାରା ପାଲଟିଛନ୍ତି ନଗରପାଳ।
ତାଳଚେର ଏକ ପୁରାତନ ସହରର ରାଜା ଶାସନ ଅମଳରୁ ଏହି ସହରର ରହିଛି।୧୯୫୨ରୁ ତାଳଚେର ପୌର ପରିଷଦ ଗଠନ ହୋଇଥିବା ବେଳେ ସହରର ଆଖିଦୃଶିଆ ଉନ୍ନତି ହୋଇନଥିବା ନେଇ । ସେହି ପୁରୁଣା ନୀତିରେ ସୀମିତ ରହିଛି। ତାଳଚେର ପୌର ପରିଷଦ ଉନ୍ନତି ତେବେ ତାଳଚେର ନଗରପାଳ ପବିତ୍ର ଭୁତିଆ ଏହାକୁ ଦୃଷ୍ଟି ପକାଇ ତାଳଚେର ସହରର କିପରି ଉନ୍ନତି ମୁଳକ କାମ ହେଇପାରିବ ସେଥିପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅନୁରୋଧ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନଗରପାଳ ପବିତ୍ର ଭୁତିଆ ଙ୍କୁ ତାଳଚେର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତାହା ଆଜି ଦେଖିବାକୁ ମିଳିଛି ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଚାଲିଛି। ଜରାଜୀର୍ଣ୍ଣ ହୋଇପଡିଥିବା ଫାଷ୍ଟ୍ ଗେଟ୍ ତରଣ,ଘୋଡାଶାଳ ତରଣକୁ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗର ଆଲୋକମାଳାରେ ଏବେ ୨ଟି ମୁଖ ଶାଳା ଅଞ୍ଚଳର ସୈନ୍ଦର୍ଯ୍ୟି ବଢାଇଛି। ସେହିପରି ତାଳଚେର ପୌର ପରିଷଦରେ ବିଭିନ୍ନ ସ୍ଥାନରେ ଲାଇଟ୍, ପରିତ୍ୟକ୍ତ ହୋଇ ରହିଥିବା ଜଗନ୍ନାଥ ପାର୍କ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଆଗକୁ ଚିତ୍ରକୁଟ ପୋଖରୀ କାର୍ଯ୍ୟ ଓ ପ୍ରଭୁ ଗଜାନନ ଙ୍କ ମୂର୍ତ୍ତି ନିର୍ମାଣ ସହ ଆଲୋକମାଳାରେ ସୋଜାଇବା ନେଇ ଜଯୋନ ରହିଥିବା ପୌରାଦ୍ଧିକ୍ଷ ଭୁତିଆ ପ୍ରକାଶ କରିଛନ୍ତି। ତାଳଚେର ର ବହୁ ପୁରାତନ ଐତିହ୍ୟ ରାଜବାଟୀ କୁ କିପରି ସୁନ୍ଦର କରାଜିବ ତାକୁ ନେଇ ସେ ବିଚାର କରୁଥିବା କହିଛନ୍ତି। ସୁଚନାଯୋଗ୍ୟ ତାଳଚେର ଉନ୍ନତି ପାଇଁ ଡିଏମ ଫଣ୍ତରେ ପର୍ଯ୍ୟାପ୍ତ ଅର୍ଥ ଗଚ୍ଛିତ ଥିଲେ ମଧ୍ୟ ରାଜନୈତିକ କନ୍ଦଳରୁ କୌଣସି କାର୍ଯ୍ୟ ସୋଇପାରୁନଥିଲା।
