କୋଇଡା (ସଞ୍ଜୟ ବେହେରା) : ସୁନ୍ଦରଗଡ ଜିଲ୍ଲା କୋଇଡା ମାଇନିଙ୍ଗ ସେକ୍ଟର ମାଲଦା ପଞ୍ଚାୟତ ଅଧୀନରେ ଥିବା ମିତ୍ତଲ କମ୍ପାନୀ ଗ୍ରାମ ବାସୀଙ୍କୁ ମିଛ ପରେ ମିଛ କହି ଭୁଆଁ ବୁଲେଇ ଚାଲିଛନ୍ତି,ଗ୍ରାମବାସିଙ୍କୁ ମେଡିକାଲ, ସ୍କୁଲ ବସ, ଗମନା ଗମନ ପାଇଁ ଭଲ ରାସ୍ତା, ଗାଁ ରାସ୍ତାରେ ଷ୍ଟିଟ ଲାଇଟ, ୧୪୦ଜଣଙ୍କୁ ନିଯୁକ୍ତି ଦେବାପାଇଁ ଅକ୍ଟୋବର ୩୦, ୨୦୨୪ତାରିଖ ଗ୍ରାମ ବାସି ଓ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସି.ଆଇ.ଟି.ୟୁ ଟ୍ରେଡ଼ ଇନିୟନ ପ୍ରଭାତ ପଣ୍ଡାଙ୍କୁ ନେଇ ଉପ ଜିଲ୍ଲାପାଳ ଙ୍କ ପାଖରେ ଚୁକ୍ତିନାମା କରିଥିଲେ ମିତ୍ତଲ ଖଣି କତୃପକ୍ଷ, କିନ୍ତୁ ଆଜକୁ ସାତ ମାସ ବିତିଯାଇଥିଲେ ସୁଦ୍ଧା ମିତ୍ତଲ ଖଣି କତୃପକ୍ଷ କୌଣସି କର୍ଣ୍ଣପାତ କରିଲେ ନାହିଁ, ଉତ୍ୟିକ୍ତ ହୋଇ ଗ୍ରାମବାସୀ କମ୍ପାନୀ ବିରୋଧରେ ବିଶାଳ କନ୍ ଭେନ୍ ସନ୍ କରି ମିତ୍ତଲ କମ୍ପାନୀ ଆସନ୍ତା ୨୪ତାରିଖ ସୁଦ୍ଧା କରିଥିବା ଚୁକ୍ତିନାମା ର ପୂରଣ ନ କରନ୍ତି ତାହେଲେ ଆଦିବାସୀ ମାନଙ୍କର ପ୍ରକୄତୋ ରୂପ ଦେଖିବ ମିତ୍ତଲ କମ୍ପାନୀ ବଲି ଚେତାବନି ଦେଇଛନ୍ତି,ଏହି କନ୍ ଭେନ୍ ସନ୍ ରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ୟ ସଭାପତି ପ୍ରମଦ ସାମଲ, ସି ଆଇ ଟି ୟୁ ସଭାପତି ପ୍ରଭାତ ପଣ୍ଡା, ବ୍ଲକ ଅଧକ୍ଷ ସୁରେଶ ନାଏକ, ଜିଲ୍ଲା ପରିଷଦ ସୁଶୀଳା ମୁଣ୍ଡା, ସମାଜ ସେବି ବାଦଲ ବାରିକ, ଡେଙ୍ଗୁଳା ସରପଞ୍ଚ ବାବୁଲି ମୁଣ୍ଡା, ସୁଦର୍ଶନ ପାତ୍ର,ପୂର୍ବତନ ସରପଞ୍ଚ ଦିବାକର ନାଏକ, ଅଶକ ସାମଲ,ବାଟୁ ମୁଣ୍ଡା ଓ ଗ୍ରାମବାସୀ ସମେତ ହଜାର ହଜାର ସି ଆଇ ଟି ୟୁ କର୍ମୀ ଉପସ୍ଥିତ ଥିଲେ ।
