ତାଳଚେର ନୁଆ ବସଷ୍ଟାଣ୍ଡ ସାଜିଛି ଟ୍ରକ୍ ଟର୍ମିନାଲ
ତାଳଚେର ୨୯/୫(ନି ପ୍ର) ତାଳଚେର ସମସ୍ତ କୋଇଲା ଖଣି ଗୁଡିକରୁ ଟ୍ରକ୍ ଯୋଗେ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଅଞ୍ଚଳକୁ କୋଇଲା ପରିବହନ କରାଯାଇଥାଏ।ଦିର୍ଘବର୍ଷରୁ ତାଳଚେରରେ ଏକ ଟ୍ରକ୍ ଟର୍ମିନାଲ ପାଇଁ ସ୍ଵାସ୍ଥ୍ୟସେବା ସଂଗଠନ ଓ ଅନୁଷ୍ଠାନଗୁଡିକ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ମୁହୁର୍ତ୍ତରେ ପ୍ରତାରଣା କରାଯାଉଥିବା ଅଞ୍ଚଳବାସୀ ଏହା ଅଭିଯୋଗ କରିଛନ୍ତି। ପ୍ରଚୁର ଧିଳିଧୁଆ ସହ ମାଳମାଳ ଟ୍ରକ୍ ଜାତୀୟ ରାଜପଥ କୁ ଯାମ୍ କରିବା ଏପରିକି ଲୋକଙ୍କ ପାଇଁ ନିର୍ମିତ ବସଷ୍ଟାଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ରାସ୍ତାଗୁଡିକରେ ଟ୍ରକ୍ ଗୁଡିକ ଦିର୍ଘ ସମୟ ଠିଆ କରି ରଖୁଥିବାରୁ ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଦିଗକୁ ଯାତାୟାତ କରୁଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ମଧ୍ୟ ଟ୍ରକ୍ ମାଲିକମାନେ ଜୋରଜବରଦସ୍ତ ଟ୍ରକ୍ ଗୁଡିକୁ ଘଣ୍ଟା ଘଣ୍ଟା ଧରି ଛିଡା କରୁଛନ୍ତି। ତାଳଚେର କଲେଜ,ଆରଟିଓ କାର୍ଯ୍ୟାଳୟ, ବଡ଼ବଜାର ଓ ବିଭିନ୍ନ ସରକାରୀ ସ୍କୁଲକୁ ଶହ ଶହ ଛାତ୍ରୀ ସହିତ ବିଭିନ୍ନ କାର୍ଯ୍ୟରେ ଯାତ୍ରୀମାନେ ଯାତାୟାତ କରିଥାନ୍ତି। ମାତ୍ର ବିଡ଼ମ୍ବନା ବିଷୟ ସ୍ଥାନୀୟ ପ୍ରଶାସନ କିମ୍ବା ଏମ୍ ସି ଏଲ ପକ୍ଷରୁ ଟ୍ରକ୍ ଟର୍ମିନାଲ କରାଯାଉନଥିବାରୁ କିଛି ମୁଷ୍ଟିମେୟ ବ୍ୟକ୍ତି କାହାକୁ ଖାତିରିନକରି ବସଷ୍ଟାଣ୍ଡ ନିକଟରେ ଟ୍ରକ୍ ଗୁଡ଼ିକୁ ପାର୍କିଂ କରୁଥିବାରୁ ସମସ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସଂପର୍କରେ ତାଳଚେର ଆରଟିଓଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଲାଇନ୍ କରାଯାଇଛି। ମାତ୍ର କିଛି ଅମାନିଆ ଟ୍ରକ୍ ମାଲିକମାନେ ବେକ୍ତିକ୍ରମ କରୁଥିବା ସେ ପ୍ରକାଶ କରିଛନ୍ତି। ପୁନଃଶ୍ଚ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ କି ଏହା ପ୍ରତି ଧ୍ୟାନ ଦିଆଯିବ। ତେଣୁ ତୁରନ୍ତ ସେଠାରୁ ଟ୍ରକ୍ କୁ ହଟାଯାଉ ଦୈନିକ ପାଣି ଶିଚନ କରିବାକୁ ସାଧାରଣରେ ଦାବି ହେଉଛି।
