ନୂତନ ବିଜେପି ଯୁବ ମୋର୍ଚ୍ଚା ପଦାଧିକାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ମଣ୍ଡଳ ସଭାପତି ଭାବେ ମୌସମ୍ ମାଝୀ, ଜିଲ୍ଲା ଉପସଭାପତି ଭାବେ ପପୁନ ଜ୍ୟୋତିଷ ମନୋନୀତ
ରିଆମାଳ, ଦେବଗଡ଼: ଭାରତୀୟ ଜନତା ପାର୍ଟି (ବିଜେପି) ରିଆମାଳ ବ୍ଲକ ପକ୍ଷରୁ ନୂତନ ଭାବେ ମନୋନୀତ ଯୁବ ମୋର୍ଚ୍ଚା ପଦାଧିକାରୀମାନଙ୍କୁ ରିଆମାଳ ହନୁମାନ ଛକଠାରେ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ଅବସରରେ ରିଆମାଳ ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଭାବେ ଯୁବ ନେତା ମୌସମ୍ ମାଝୀ, ଜିଲ୍ଲା ଉପସଭାପତି ଭାବେ ପପୁନ ଜ୍ୟୋତିଷ, ଅଫିସ ସମ୍ପାଦକ ଭାବେ ଚିଣ୍ଟୁ ସାହୁ ଏବଂ ରିଆମାଳ ପଞ୍ଚାୟତ ପ୍ରମୁଖ ଭାବେ ଚିତ୍ତରଞ୍ଜନ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ନୂତନ ପଦାଧିକାରୀମାନଙ୍କୁ ଉପଢୌକନ ଓ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ ଜଣାଯାଇଥିଲା। ଏହି ଅବସରରେ ଦଳୀୟ କର୍ମୀମାନେ ବାଣ ଫୁଟାଇ ଓ ପରସ୍ପରକୁ ମିଠା ଖୁଆଇ ନିଜର ଆନନ୍ଦ ପ୍ରକାଶ କରିଥିଲେ।
ବରିଷ୍ଠ ଶିକ୍ଷାବିତ ତଥା ପୂର୍ବତନ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଯୋଗେଶ୍ୱର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ମଣ୍ଡଳ ସଭାପତି ବିରେନ ପ୍ରଧାନ, ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ଟିକେଶ୍ୱର ପ୍ରଧାନ, ଶିକ୍ଷାବିତ ରମାକାନ୍ତ ପ୍ରଧାନ, ତ୍ରିନାଥ ବିଶ୍ୱାଳ, ପୂର୍ବତନ କୃଷି ଅଧିକାରୀ ହରିଶ୍ଚନ୍ଦ୍ର ବିଶ୍ୱାଳ, କୁଲବସା ପଞ୍ଚାୟତ ପ୍ରଭାରୀ ଟିକେଶ୍ୱର ନନ୍ଦ, ମିତ୍ରଭାନୁ ବେହେରା, କମାର ବେହେରା, ତେନ୍ତଳାବାହାଳ ପ୍ରମୁଖ ତପନ ପ୍ରଧାନ, ବରିଷ୍ଠ ବିଜେପି ନେତା ପ୍ରଣବ ଦେବ, ଟଙ୍କ ଭାଇଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ନୂତନ ଦାୟିତ୍ୱ ପାଇଥିବା ପଦାଧିକାରୀମାନେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହିତ ଯୁବ ସମାଜକୁ ଦଳ ସହ ଯୋଡ଼ିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଥିଲେ।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ।
