ଡୁମୁରିଆ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିର ବାର୍ଷିକ ବୈଠକ
____________________
ତା/୨୮/୦୫/୨୬(ନି.ପ୍ର): ସାରସକଣା(ଅନୀଲ କୁମାର ସାହୁ):ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣା ବ୍ଲକ ଅଧିନସ୍ତ ଜାଲଦା ଓ ପାଣ୍ଡରା ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ନୂତନ କରି ଗଠିତ ହୋଇଥିବା ତୁମୁରିଆ ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍) ର ୨୦୨୬ ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏ.ଜି. ବି) ଆଜି ସଂଧ୍ୟା ୪ ଘଟିକା ସମୟରେ ପାଣ୍ଡରା ପଞ୍ଚାୟତର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶୀର୍ଷା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିର ଶାଖା ପରିଚାଳକ ସ୍ୱରୂପ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଶୀର୍ଷା ସମବାୟ ସମିତିର ପାକନ୍ତ ଶାଖା ପରିଚାଳକ ନୀଳକଣ୍ଠ ବେହେରା, ଡୁମୁରିଆ ସମିତିର ପ୍ରସାଶନିକ ଅଧିକାରୀ ଦୀପକ କୁମାର ଟୁଡୁ , ପାଣ୍ଡରା ସରପଞ୍ଚ ଝୁମାରାଣୀ ସିଂ ଙ୍କ ସହିତ ଜାଲଦା ଓ ପାଣ୍ଡରା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷଙ୍କ ସହିତ ଉକ୍ତ ଡୁମୁରିଆ ଲ୍ୟାମସ୍ ର ସଭ୍ୟା ସଭ୍ୟ ଗଣ ବୈଠକରେ ଅଂଶ ଗ୍ରହଣ କରିଥିଲେ । ବୈଠିକରେ ଏମ.ଡ଼ି ସ୍ୱରୂପ କୁମାର ଶତପଥୀ ଉଭୟ ପଞ୍ଚାୟତର ଥିବା ସମସ୍ତ ଚାଷୀ ଭାଇ ମାନଙ୍କୁ ବୈଠକର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ସହିତ ଉକ୍ତ ଡୁମୁରିଆ ଲ୍ୟାମ୍ପସ୍ ମାଧ୍ୟମରେ ଚାଷୀଙ୍କ ଉନ୍ନତିମୂଳକ ବିଭିନ୍ନ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ଉପରେ ସୂଚ଼ନା ପ୍ରଦାନ କରିଥିଲେ । ଏପରିକି ଚାଷୀ ଗଣ ସମବାୟ ସମିତି(ଲ୍ୟାମ୍ପସ୍) ମାଧ୍ୟମରେ ପାଉଥିବା ବିଭିନ୍ନ ସୁବିଧା ଯଥା:- କମ୍ ସୁଧରେ ଚ଼ାଷ ଋଣ, ବିଭିନ୍ନ ବ୍ୟବସାୟିକ ଋଣ, କାମଧେନୁ ଗୋପାଳନ, ଉନ୍ନତ କିସମ ଛେଳି, କୁକୁଡ଼ା, ବତକ, ମତ୍ସ୍ୟ ଚ଼ାଷ ପ୍ରଭୃତି ନିମନ୍ତେ ସମବାୟ ସମିତିରୁ ସୁବିଧା ନେବା ଏବଂ ନୂତନ ସଭ୍ୟ ହୋଇ ସମିତିର ଉନ୍ନତିକରଣ କରିବା ଉପରେ ବିଶେଷ ଭାବରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରଭାକର ବେହେରା, ସଞ୍ଜୟ ନାୟକ ଚାଷୀଙ୍କ ଠାରୁ ସରକାର ଧାନ କ୍ରୟରେ କଟନୀଛଟନୀ ଉପରେ ସରଳୀକରଣ କରିବା ବିଷୟକୁ ନେଇ ସମବାୟ ସମିତି ଉଚ୍ଚପଦସ୍ଥ ଅଧିକାରୀଙ୍କ ପରାମର୍ଶ ନେବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏଥି ସହିତ ଶୀର୍ଷା ଲ୍ୟାମ୍ପସ ଝାରପୋଖରିଆ ଶାଖା ଠାରେ ଖୋଲିଥିବା ଜନସେବା କେନ୍ଦ୍ର ମାଧ୍ୟମରେ ସମସ୍ତ କାର୍ଯ୍ୟ ରିହାତି ମୂଲ୍ୟରେ କରିବା ପାଇଁ ଏମ୍ .ଡ଼ି ସ୍ୱରୁପ କୁମାର ଶତପଥୀ ଚାଷୀଭାଇ ଓ ଜନସାଧାରଣଙ୍କୁ ପ୍ରର୍ବର୍ତ୍ତାଇ ଥିଲେ। ଉକ୍ତ ଡୁମୁରିଆ ସମବାୟ ସମିତିରେ ଅତ୍ୟଧିକ ମାତ୍ରାରେ ସଭ୍ୟାସଭ୍ୟ ହୋଇ ଚ଼ାଷୀ ଓ ଚାଷର ମାନଦଣ୍ଡ ଉନ୍ନତି ନିମନ୍ତେ ଚେଷ୍ଟା କରିବା ପାଇଁ ବିଭିନ୍ନ ମାର୍ଗ ଉପରେ ସବିଶେଷ ଆଲୋଚ଼ନା କରାଯାଇଥିଲା । ଉକ୍ତ ବାର୍ଷିକ ସାଧାରଣ ବୈଠକଟିକୁ ଶୀର୍ଷା ଲ୍ୟାମ୍ପସ୍ ର କର୍ମଚାରୀ ସଞ୍ଜୟ କୁମାର ମହାନ୍ତ ପରିଚାଳନା କରିଥିବା ବେଳେ ଏମ. ଡ଼ି ଶ୍ରୀ ଶତପଥୀ ସମସ୍ତ ଚାଷୀ ଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ । ଭଞ୍ଜ ଦୁତ ଖବର।
