ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ମହାସଂଘ ସଦସ୍ୟା ଙ୍କ ଭାବର ଆଦାନ ପ୍ରଦାନ ସମ୍ପର୍କିତ କର୍ମଶାଳା
ରରୁଆଁ -୨୫/୫ (ଭଞ୍ଜଦୂତ ରରୁଆଁ , ଲଷ୍ମୀକାନ୍ତ ମହାନ୍ତ )ରରୁଆଁ ବ୍ଲକ ସମ୍ମିଳନୀ କକ୍ଷରେ ରରୁଆଁ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଗ୍ରାମପଂଚାୟତ ସ୍ତରୀୟ ମହିଳା ନିର୍ବାଚିତ ପ୍ରତିନିଧି (ଅଲିଭା ମହାସଂଘ ର ସଦସ୍ୟା ) ମାନଙ୍କର ଭାବର ଆଦାନ ପ୍ରଦାନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ର କ୍ଷେତ୍ର ପ୍ରଶିକ୍ଷକ ଲଷ୍ମୀକାନ୍ତ ମହାନ୍ତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଧ୍ୟେଶ ଉପରେ ପୂଖନାପୁଙ୍କ ଆଲୋଚନା କରିଥିଲେ l ବ୍ଲକ
ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରେମାନନ୍ଦ ବେହେରା ବ୍ଲକ ମାଧ୍ୟମରେ କରାଯାଉଥିବା ବିଭିନ୍ନ ଉନ୍ନୟନ ଯୋଜନା ଉପରେ ବକ୍ତ୍ୟବ ରଖିଥିଲେ,ସମ୍ମନିତ ଶିଶୁ ବିକାଶ ଅଧିକାରିଣୀ ବlସନ୍ତିଲତା ସେଠି ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଅତିରିକ୍ତ ଉଧ୍ୟାନ କୃଷି ଅଧିକାରୀ ଶୁଭଶ୍ରୀ ମହାପାତ୍ର ତାଙ୍କ ବିଭାଗ ଯେଉଁ ଯେଉଁ ଯୋଜନା ଚାଲିଛି ଏବଂ ହଳଦୀ ଚାଷ, ଓଦା ଚାଷ, ଏବଂ ଫଳ ଗଛ ନିଜ ବାଡ଼ିରେ ଲଗାଇ ସରକାର ଙ୍କ ସହାୟତା ରାଶି ନେବା ପାଇଁ କହିଥିଲେ lଅତିରିକ୍ତ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ରାଉତ ଶିକ୍ଷା ବିଭାଗର ବିଭିନ୍ନ ଯୋଜନା ଉପରେ କହିଥିଲେ , ୫ ରୁ ୧୪ ବର୍ଷର ଛୁଆ ମାନଙ୍କ ନିମନ୍ତେ ମାଗଣା ଶିକ୍ଷା ଓ ସରକାରଙ୍କ ବିଭିନ୍ନ ସହାୟତା ବିଷୟରେ ଆଲୋଚନା କରିଥିଲେ,
ସହକାରୀ କୃଷି ଅଧିକାରୀ ପୁଷ୍ପିତା ନାଏକ, ଆତ୍ମା ର ବି. ଟି.ଏମ ଗୁରୁଚରଣ ମହାନ୍ତ କୃଷି ବିଭାଗ ର ବିଭିନ୍ନ ଯୋଜନା ଏବଂ ସହାୟତା ଉପରେ ଆଲୋଚନା କରିଥିଲେ l, ଏ. ପି. ଓ. ଶକ୍ତି ଶିହ୍ନl ବି. ଭି. ଜି. ରାମ. ଜି ଯୋଜନା ର ରୂପରେଖ ଉପରେ ଆଲୋକପlତ କରିଥିଲେ , ବି. ପି. ସି ମିଶନ ଶକ୍ତି ସାନ୍ତୁନୁ କୁମାର ରାଉତ ସୁଭଦ୍ରା ଶକ୍ତି, ଲକ୍ଷପତି ଦିଦି ଉପରେ ଆଲୋଚନା ରଖିଥିଲେ , ଓ.ଏଲ.ଏମ
ବି. ପି.ଏମ ଅବିନାଶ ନାଏକ ଜୀବନ ଜୀବିକା ଉନ୍ନତି ନିମନ୍ତେ ସରକାରଙ୍କ ଯୋଜନା କଣ ରହିଛି ସେ ବିଷୟରେ ଆଲୋଚନା କରିଥିଲେ , ଜି. ପି. ଡି. ଓ ରବି ନାରାୟଣ ଦେହୁରୀ ପ୍ରୋଜେକ୍ଟ ପ୍ରପୋଜାଲ କେମିତି ନିଆ ଯାଏ ଓ ତାହା ଜି. ପି. ଡି. ପି କେମିତି ଅପଲୋଡ କରାଯାଏ ତାହା ଉପରେ ଆଲୋଚନା ରଖିଥିଲେ ଓ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର
ବି. ପି.ଓ ମିହିର ପାଣିଗ୍ରାହୀ ସ୍ୱାସ୍ଥ୍ୟ ବିଭାଗ ର କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପରେ ଆଧାରିତ ସରକାରଙ୍କ ଯୋଜନା ଉପରେ ଆଲୋଚନା ରଖି ଥିଲେ l ପରେ ଅଲିଭା ମହାସଂଘ ର ସଦସ୍ୟା ମାନଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଦାବି ପତ୍ର ଦିଆ ଯାଇଥିଲା l କାର୍ଯ୍ୟକ୍ରମ ରେ ରରୁଆଁ ବ୍ଲକ ସମସ୍ତ ୧୨ ଗୋଟି ଗ୍ରାମପଂଚାୟତ ର ୩୭ ଜଣ ମହିଳା ପ୍ରତିନିଧି / ଅଲିଭା ସଦସ୍ୟା ଯୋଗ ଦେଇ ଥିଲେ l ଶେଷରେ ଫିଲଡ ଆଶ୍ସୋସିଏଟ ନିହାର ରଞ୍ଜନ ମହାନ୍ତ ଏବଂ ରରୁଆଁ ଗ୍ରାମପଂଚାୟତ ର ସରପଞ୍ଚ ତଥା ଅଲିଭା ସଦସ୍ୟା ଝୁନାରାଣୀ ପିଙ୍ଗୁଆ ଧନ୍ୟବାଦ ଅର୍ପଣ କରିଥିଲେ ଓ କର୍ମଶାଳା କୁ ସାଙ୍ଗ କରିଥିଲେ l
