ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ୍ କାଟ ଯୋଗୁଁ ଶତାଧିକ କୁକୁଡ଼ା ଙ୍କ ମୃତ୍ୟୁ, ଫାର୍ମ ମାଲିକ ମାନଙ୍କ ନିଦ ହଜିଗଲାଣି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଂଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଘନଘନ ବିଦ୍ୟୁତ୍ କାଟ ଯୋଗୁଁ ବିଭିନ୍ନ କୁକୁଡା ଫାର୍ମରେ ଶତାଧିକ କୁକୁଡ଼ା ମରିଯାଉଛନ୍ତି। କ୍ଷତି ଭରଣା ପାଇଁ ମାଲିକ ମାନେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବିଦ୍ୟୁତ କମ୍ପାନୀ ଟିପିସିଓଡିଏଲ ବିରୋଧରେ ଖାଉଟି ଅଦାଲତରେ ଆଶ୍ରୟ ନେବାପାଇଁ ସଜବାଜ ହେଲେଣି। ସମଗ୍ର ରାଜ୍ୟରେ ବର୍ତମାନ ପାରଦ ଉପର ମୁହାଁ ଥିବା ବେଳେ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକ ମାନେ ଦିନ ୧୦ଟା ବେଳେ ଘରୁ ବାହାରି ପାରୁନାହାନ୍ତି। ଏହି ସମୟରେ ରଘୁନାଥପୁର ଓ ଜଗତସିଂହପୁର ବିଦ୍ୟୁତ କାର୍ଯ୍ୟାଳୟ ଘନଘନ ବିଦ୍ୟୁତ୍ କାଟ କରୁଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅବସ୍ଥାରେ ଗତକାଲି ରଘୁନାଥପୁର ମା ନାରାୟଣୀ ଏସ ଏଚ ଜି ମହିଳା ଗ୍ରୁପର କୁକୁଡ଼ା ଫାର୍ମରେ ୨ଶହରୁ ଉର୍ଦ୍ଧ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ଏହି ମହିଳା ଗ୍ରୁପ ସ୍ବାବଲମ୍ବୀ ହେବା ପାଇଁ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଋଣ ଆଣି ଏକ କୁକୁଡ଼ା ଫାର୍ମ କରିଥିଲେ କିନ୍ତୁ ଟିପିସିଓଡିଏଲ କମ୍ପାନୀର ଘନଘନ ବିଦ୍ୟୁତ୍ କାଟ ଯୋଗୁଁ କୁକୁଡ଼ା ମାନଙ୍କ ହୃଦଘାତରେ ମୃତ୍ୟୁ ହେଉଥିବା ପ୍ରାଣୀ ଚିକିତ୍ସକ ସୂଚନା ପ୍ରଦାନ କରିଛନ୍ତି।। ବ୍ୟାଙ୍କ ରୁ ଲୋନ ଆଣି ଫାର୍ମ କରିଥିବା ବେଳେ କରଜ ଶୁଯିବା ମହିଳା ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଗଲାଣି।। ଏଭଲି ଗ୍ରୀଷ୍ମ ଦିନରେ. ବିଦ୍ୟୁତ୍ କାଟ ନ କରିବା ପାଇଁ ରାଜ୍ୟ ସରକାର ସଦାସର୍ବଦା କହୁଥିବା ବେଳେ ବିଦ୍ୟୁତ ବିଭଗ ନିୟମ ନ ମାନିବା ପଛରେ ହାତ କାହାର ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟ ପଟେ ମହିଳା ସ୍ବାବଲମ୍ବୀ ହେବା ନାଁ ରେ ମହିଳା ଗ୍ରୁପକୁ ଶୋଷଣ କରାଯାଉ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ତେବେ ଏ ସଂପର୍କରେ ଆମ ପ୍ରତିନିଧି ପଚାରିବାରୁ ଓଭରଲୋଡିଂ ଯୋଗୁଁ କନ୍ଦରପୁର ଗ୍ରୀଡରୁ ବାରମ୍ବାର ଲାଇନ କଟାଯାଉଥିବା ରଘୁନାଥପୁର ଟିପିସିଓଡିଏଲ ଏସଡିଓ ପ୍ରକାଶ କରିଛନ୍ତି।
