*ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ପତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ଜଳାଭାବ ଏବଂ ମନୁଷ୍ୟ କୃତ ମରୁଡ଼ି ନେଇ ଜଳ ସତ୍ୟାଗ୍ରହ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୫.
ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ପତୋରା ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ଜଳାଭାବ ଏବଂ ମନୁଷ୍ୟ କୃତ ମରୁଡ଼ି ନେଇ ଜଳ ସତ୍ୟାଗ୍ରହ କରିଛନ୍ତି।
ପ୍ରଶାସନର ଅବହେଳା ସହ ମାନବ କୃତ ପତୋରା ଡ଼୍ୟାମ୍ ଜଳସଂକଟ ଦେଖାଯାଇଥିବା ବେଳେ ଫସଲ କ୍ଷୟକ୍ଷତି ହୋଇଅଛି।କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ଆଜି କଂଗ୍ରେସ ଦଳ ତରଫରୁ ପତୋରା ଡ଼୍ୟାମ୍ ପାଣିରେ ପ୍ରତିକାକାତ୍ମକ ଜଳ ସତ୍ୟାଗ୍ରହ” ଆନ୍ଦୋଳନ କରିଛନ୍ତି। ସମସ୍ତେ ଜଳ ରେ ବସି ସତ୍ୟାଗ୍ରହ କରିଥିବା ବେଳେ ଜଳାଭାବ ରୁ ଚାଷୀଙ୍କ ଫସଲ କ୍ଷତି ଉପରେ ସ୍ଲୋଗାନ ଦେଇଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ଏବଂ ଦୋଷୀଙ୍କୁ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ ଙ୍କ ନେତୃତ୍ୱରେ କର୍ମୀମାନେ ଯୋଗ ଦେଇ ଆନ୍ଦୋଳନ କୁ ଓହ୍ଲାଇଥିଲେ।
