ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘର ବୈଠକ।
ଭଞ୍ଜନଗର -୧୧/୦୫ (ପ୍ରଫୁଲ୍ଲ କୁମାର ମହାରଣା ) ଜଗନ୍ନାଥ ପ୍ରସାଦ ବ୍ଲକ ନିକଟସ୍ଥ ରାଣୀ ଭୁମି ଶ୍ରୀ ହନୁମାନ ମନ୍ଦିର ପ୍ରାଙ୍ଗଣ ଠାରେ ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇ ଥିଲା, ସଂଘ ଶ୍ରୀ ସଭାପତି ବବ୍ରୁ ବାହାନ ଗୌଡ଼ ସଭାପତିତ୍ୱ ଗ୍ରହଣ କରିଥିଲେ ଉକ୍ତ ବୈଠକରେ ସଂଘର ଉପ ସଭାପତି ଶ୍ରୀ ସିମଞ୍ଚଳ ଗୌଡ଼, କୋଷାଧକ୍ଷ ଶ୍ରୀ ସୁଶାନ୍ତ କୁମାର ସାହୁ, ଏବଂ ସଂଘ କମିଟି ସମେତ କଳାକାର ଉପସ୍ଥିତ ରହି ଥିଲେ । ଆଜିର ବୈଠକରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପ ସଭା ପତି ଶ୍ରୀ ପ୍ରଦୀପ୍ତ ଭୁ୍ୟା,, ଏବଂ ସ୍ୱତନ୍ତ୍ର ଅଥିତି ଜଗନ୍ନାଥ ପ୍ରସାଦ ବ୍ଲକର ଶ୍ରୀ ରବିନ୍ଦ୍ର ନାଥ ପରିଡା ଯୋଗଦାନ କରି ଥିଲେ ଏହି ପରିପ୍ରେକ୍ଷୀ ଅତିଥିମାନେ କଳାକାର ମାନଙ୍କ ଉନ୍ନତି କିଭଳି ହେବ,, କଳାକାର ମାନେ କିଭଳି ସରକାର ତରଫରୁ ସଚେତନ କାର୍ଯ୍ୟକ୍ରମ ପାଇଁ ପାରିବେ,, ଏବଂ ପ୍ରଦୀପ୍ତ ଭୁ୍ୟା ମହୋଦୟ କହିଛନ୍ତି ଭାରତ ଲୀଳା ନାଟକ ଏକ ସ୍ୱତନ୍ତ୍ର ନାଟକ,, ମହା ଭାରତର ମଧ୍ୟ ପର୍ବର ଶୁଭଦ୍ରା ଅର୍ଜୁନଙ୍କ ଗୁପ୍ତ ମିଳନର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ପୁଣି ସେ କହି ଛନ୍ତି,, ବିଭିନ୍ନ ନାଟ୍ୟ ସଂଘ ଦ୍ଵାରା ଅଶ୍ଳୀଳ ଭାଷା, ଅପ ସଂସ୍କୃତି ହଟି ଯାଇଛି ଓ ଏହି ସଂଘକୁ ବହୁ ପ୍ରଶଂସା କରିଛନ୍ତି,, ଉକ୍ତ ବୈଠକରେ କମିଟି ଦେବରାଜ ବେହେରା, ନୀଳ କଣ୍ଠ ପ୍ରଧାନ, ବାବୁଲା ସେଠି, ବିଦ୍ୟା ଧର ପାତ୍ର, ନୀଳ ମାଧବ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ଗୌଡ଼, ଭଜରାମ ଡାକୁଆ ରାମ ଚନ୍ଦ୍ର ସମେତ ବହୁ ମାନ୍ୟ ଗଣ୍ୟ କଳାକାର ଯୋଗଦାନ କରିଥିଲେ । ସଭା ପରିଶେଷରେ ସମ୍ପାଦକ କେଶବ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କଲେ।
