ମାନବିକତା ଦେଖାଇଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହି।
ଗଜପତି (ଟିକି ଲିମା)
ଆଜି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଏକ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ କୁ ଗସ୍ତ ସମୟ ରେ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟ ରେ ଏକ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ସାମ୍ନା ରୁ ଆସୁଥିବା ଏକ କାର କୁ ଧକା ହୋଇ ଗୁରୁତର ଭାବେ ମୋଟର ସାଇକେଲ ଚାଳକ ଓ ତାଙ୍କ ପୁଅ ଆହତ ହେବା ଦେଖି , ନିଜ ଗାଡ଼ି ଅଟକାଇ ଗାଡ଼ିରୁ ଓହ୍ଲାଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ନିଜେ ବିଧାୟକ ଥଣ୍ଡା ପାଣି ପକାଇ ସଫା କରି ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ଏହି ସମୟ ରେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ଉପସ୍ଥିତ ରହି 108 କୁ ଫୋନ୍ କରିବା ସହ ଆହତ ହୋଇଥିବା ଲୋକ ମାନଙ୍କୁ ସହଯୋଗ କରିଥିଲେ। ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ଏହି କାର୍ଯ୍ୟକୁ ଅଂଚଳରେ ପ୍ରଶଂସା କରୁଥିବା ଲକ୍ଷ କରାଯାଇଛି।
