ଦକ୍ଷିଣାଞ୍ଚଳ ସ୍ତରୀୟ ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଭାବେ ଶ୍ରୀ ବସନ୍ତ କୁମାର ପ୍ରଧାନ ଆଜି ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଯୋଗଦାନ
(ରମେଶ ଅଗ୍ରୱାଲ.:ନିପ୍ର)
ଦକ୍ଷିଣାଞ୍ଚଳ ସ୍ତରୀୟ ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଭାବେ ଶ୍ରୀ ବସନ୍ତ କୁମାର ପ୍ରଧାନ ଆଜି ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀମାନ ପାର୍ବତୀ ପାଳଙ୍କ ନିର୍ଦ୍ଦେଶ ଭାବେ ନିୟୋଗରେ ଯୋଗ ଦେଇଛନ୍ତି। ପୂର୍ବରୁ ଉପ ନିର୍ଦ୍ଦେଶକ ଭାବରେ ସେବା ଦେଇଥିବା ଉପ ନିର୍ଦ୍ଦେଶକ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ସୂର୍ଯ୍ୟକାନ୍ତ ମିଶ୍ର ପଦୋନ୍ନତି ପାଇଁ ଭୁବନେଶ୍ୱର ଅତିରିକ୍ତ ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବସନ୍ତ କୁମାର ପ୍ରଧାନଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାଲ, ଶ୍ରୀ ଲୋକନାଥ ଶତପଥୀ ନୂତନ ଉପ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିଥିଲେ।
