ପ୍ରେସ ବିଜ୍ଞପ୍ତି
ତାରିଖ:- 25/04/2026
ସ୍ଥାନ: ବୁଦ୍ଧ ମନ୍ଦିର ନୂଆ ସଭାକକ୍ଷ ଭୁବନେଶ୍ୱର
ଓଡ଼ିଶାର ପ୍ରମୁଖ ସ୍ଵେଛାସେବୀ,ସାହିତ୍ୟିକ ସଂଗଠନ ଓଁମା, ସାହିତ୍ୟିକ ଏବଂ ପାଠକ ସମାଜ, ଭୁବନେଶ୍ୱର ତରଫରୁ ଆଜି 25/04/2026 ତାରିଖରେ ଭୁବନେଶ୍ୱର ସ୍ଥିତ ଵୁଦ୍ଧ ମନ୍ଦିର ସଭାଗୃହରେ ଉତ୍କଳ ଦିବସ ଏବଂ ଓଡ଼ିଆ ପକ୍ଷ ସ୍ମୃତି ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଯାଇଅଛି l
ଏହି ମହୋତ୍ସବରେ ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ନୃତ୍ୟ ଏବଂ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିବର୍ଗଙ୍କୁ ସମ୍ମାନିତ କରା ଯାଇଛି । ଏଥିସହିତ ସାହିତ୍ୟିକ ଆଲୋଚନା ଚକ୍ର, କବିତା ପାଠ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା l ଓଡ଼ିଶାରେ ପ୍ରଥମ କରି ସମସ୍ତ ଜିଲ୍ଲାର ସାହିତ୍ୟିକ ମାନଙ୍କୁ ନେଇ ଓଡ଼ିଆ ସାହିତ୍ୟିକ ପରିଚୟ ପୁସ୍ତକର ଶୁଭ ଉନ୍ମୋଚନ ହୋଇଅଛି l ଉକ୍ତ ମହୋତ୍ସବରେ ଦୁଇଶହ କୋଡିଏ ଜଣ ଷlଠିଏ ବର୍ଷରୁ ଉର୍ଦ୍ଧ ବରିଷ୍ଟ ସାହିତ୍ୟିକ ମାନଙ୍କୁ ମାନପତ୍ର,ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରା ଯାଇଥିଲା l
ଏହି ଅବସରରେ ମୁଖ୍ୟଅତିଥି ଭାବରେ ବରିଷ୍ଟ ଶିକ୍ଷାବିତ୍ ସାହିତ୍ୟିକା ତଥା ବିଶିଷ୍ଟ ବକ୍ତା ଡ଼ଃ ପ୍ରତିଭା ମହାରଥୀ, ଭୁବନେଶ୍ୱର,ମୁଖ୍ୟବକ୍ତା ଭାବରେ, ବିଶିଷ୍ଟ ଗୀତି କବି ତଥା ଶିଶୁ ସାହିତ୍ୟିକ ବାଣୀପୁତ୍ର ଶ୍ରୀଯୁକ୍ତ କୁଳମଣୀ ବାରିକ, ସାଲେପୁର,ସମ୍ମାନୀତ ବକ୍ତା ଭାବରେ ବରିଷ୍ଟ ସାହିତ୍ୟିକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ମିଶ୍ର, କଟକ,ପ୍ରଥମ ଅଧିବେଶରେ ସଭାପତିତ୍ୱ କରିଥିଲେ l ବରିଷ୍ଟ କବି ତଥା ଶିକ୍ଷବିତ ଶ୍ରୀଯୁକ୍ତ ଈଶାନ ଚନ୍ଦ୍ର ମିଶ୍ର, ଝାରସୁଗୁଡା,ବିଶିଷ୍ଟ ଗୀତି କବି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର, ଖୋର୍ଦ୍ଧା (ଦ୍ଵିତୀୟ ଅଧିବେଶର ସଭାପତିତ୍ୱ କରିଥିଲେ) ବରିଷ୍ଟ କବି ତଥା କଳାକାର ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର, ଝାରସୁଗୁଡା, ବରିଷ୍ଟ ସାହିତ୍ୟିକ ବିଶିଷ୍ଟ କବି ଶ୍ରୀଯୁକ୍ତ ଏକାମ୍ବର ବାଘ, ଝାରସୁଗୁଡା,ବରିଷ୍ଟ, ଶିକ୍ଷାବିତ୍ ତଥା ଛନ୍ଦୋବଧ ଗୀତି କବି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରଥ, କଟଣୀ, ଖୋର୍ଦ୍ଧା,, ବିଶିଷ୍ଟ ଗୀତି କବି, ଲେଖକ ପ୍ରାବନ୍ଧିକ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ଅର୍ଜୁନୀ ବେହେରା, ଭୁବନେଶ୍ୱର, ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମିଶ୍ର,ସାକ୍ଷୀଗୋପାଳ,ପୁରୀ, ବିଶିଷ୍ଟ ଗୀତିକବି ଶ୍ରୀଯୁକ୍ତ ରମାକାନ୍ତ ସ୍ୱାଇଁ, କଟକ, ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା,ବିନିକା ସୋନପୁର, ଶ୍ରୀଯୁକ୍ତ ନାଭି ଦୈତ୍ୟ ଦିଗାଲ, ଫୁଲବାଣୀ, ଲେଖକ ଶ୍ରୀଯୁକ୍ତ ଇଂ ଅଶୋକ କୁମାର ପଣ୍ଡା, କେନ୍ଦ୍ରାପଡ଼ା ପ୍ରମୁଖ ଯୋଗଦାନ କରିଥିଲେ l ପ୍ରଥମ ଅଧିବେଶନରେ ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ସୀମା ବିଶ୍ୱାସ ଏବଂ ଦ୍ଵିତୀୟ ଅଧିବେଶନରେ ଯୁବ କବି ଶ୍ରୀଯୁକ୍ତ ପଙ୍କଜ ଚରଣ ରାଉତ କଟକ, ମଞ୍ଚ ପରିଚାଳନା କରିଥିଲେ l
ସଂଗଠନର ଆବାହକ ତଥା ସଂସ୍ଥାପକ ଡା. ନବକିଶୋର ସତପଥୀ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ l ବିଶିଷ୍ଟ ସଂଗଠକ ତଥା ଗୀତିକବି
ଶ୍ରୀଯୁକ୍ତ ମଙ୍ଗୁଲୁ କୁମାର ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ସମ୍ପର୍କ:- 9337885853
