*ରାଜପଥରେ ଲୁଟେରାଙ୍କ ଦୌରାତ୍ମ ବୃଦ୍ଧି ପାଉଥିବାରୁ ପୂର୍ବାଞ୍ଚଳ ଡି ଆଇ ଜିଙ୍କ ନିର୍ଦ୍ଧେଶ କ୍ରମେ ବସ୍ତା ପୋଲିସର ଯାନବାହାନ ଯାଞ୍ଚ*
ବସ୍ତା:- ୫/୪ (ସେଖ ଆଜାରୁଦ୍ଦିନ) ନି.ପ୍ର
ଦିନକୁ ଦିନ ରାଜପଥରେ ବଢୁଛି ଲୁଟେରାଙ୍କ ପ୍ରାଦୁର୍ଭାବ, ଚୋରି, ରାହାଜାନୀ, ଛିନତାଇ, ମର୍ଡର ଭଳି ଘଟଣା ଭିଆଉଛନ୍ତି ଲୁଟେରା, ଯାହା ଫଳରେ ରାଜପଥ ଉପରେ ଯାତାୟତ କରିବାକୁ ଭୟ କରୁଛନ୍ତି ଲୋକେ, ବିଶେଷ କରି ରାତିରେ ଏଭଳି ଘଟଣା ଅଧିକ ଘଟୁଥିବା ଦେଖାଯାଉଛି, ଶନିବାର ପୂର୍ବାଞ୍ଚଳ ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଠାରେ ବସ୍ତା ପୋଲିସ ପକ୍ଷରୁ ଦୁଇ ଚକିଆ, ଚାରି ଚକିଆ ଯାନ ସହିତ ବିଭିନ୍ନ ଗାଡ଼ି ମଟର ଗୁଡିକୁ କଡାକଡି ଚେକିଂ କରାଯାଇଛି, ୬୦ ନମ୍ବର ଜାତୀୟ ରାଜପଥର ପଶ୍ଚିମବଙ୍ଗ ସିମାନ୍ତ ଲକ୍ଷ୍ମଣନାଥ ଠାରୁ ହଳଦୀପଦା ପର୍ଯ୍ୟନ୍ତ ଲୁଟେରା ମାନେ ଲୁଟତରାଜ ଚଳାଇଛନ୍ତି, କେତେବେଳେ ନିଜକୁ ଏମଭିଆଇ ପରିଚୟ ଦେଇ ଗାଡ଼ି ମଟର ଅଟକାଇ ଲୁଟ କରୁଛନ୍ତି ତ କେତେ ବେଳେ ପୋଲିସ ଆରଟିଓ ତ କେତେବେଳେ ଆର ଏମ ସି ବିଭାଗ କର୍ମଚାରୀ କହି ଚାନ୍ଦା ଆଦାୟ କରୁଛନ୍ତି, କେତେ ବେଳେ ବନ୍ଧୁକ, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ଲୁଟ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ପୋଲିସ ପେଟ୍ରୋଲିଂ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା, ଗତକାଲି ବିଳମ୍ବିତ ରାତିରେ ପୋଲିସ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲିଂ କଡାକଡି କରିବା ସହ ବେଆଇନ ଭାବରେ ଯାତାୟତ କରୁଥିବା ବିଭିନ୍ନ ଗାଡିରୁ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଜୋରିମନା ଆଦାୟ କରାଯାଇ ଥିବା ଜଣାପଡିଛି।
