*ୱାର୍ଡ ପରିମଳ ୱାର୍ଡ ମୁଣ୍ଡ ରୁ କାର୍ଯ୍ୟକ୍ରମ ଶୁଭାରମ୍ଭ, ନୂଆପଡ଼ା ଜିଲ୍ଲା ରେ ଏକାଧିକରୁ ଉର୍ଦ୍ଧ ସ୍ଥାନରେ ସଫେଇ କାର୍ଯ୍ୟ ହାତକୁ ନେଇ ସ୍ବଚ୍ଛତା ପ୍ରତ୍ୟେକ ନାଗରିକଙ୍କ ଜନ୍ମ ଗତ କର୍ତ୍ତବ୍ୟ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୪.୦୩.
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ଆହ୍ବାନ କ୍ରମେ ଜିଲ୍ଲା ର ଏକାଧିକ ସ୍ଥାନ ଓ ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିସର ରେ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗାଆଁ ପରିମଳ ଗାଆଁ ମୁଣ୍ଡରୁ ଆରମ୍ଭ ହୋଇଥିବା ବେଳେ ସହରାଞ୍ଚଳ ରେ ୱାର୍ଡ ପରିମଳ ୱାର୍ଡ ମୁଣ୍ଡରୁ ଆରମ୍ଭ ହୋଇଯାଇଅଛି ଜିଲ୍ଲାପାଳ ନୂଆପଡ଼ା ଠାରେ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଅଛି। ପ୍ରତ୍ୟେକ ଶନିବାର ଅଧିକାରୀ, ନାଗରିକ ଏବଂ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ରେ ସକାଳ ଦୁଇ ଘଣ୍ଟା ସଫେଇ ପ୍ରତି କାର୍ଯ୍ୟ କରିବେ। ଏହି ପରିପେକ୍ଷି ରେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ମନ୍ଦିର ପରିସର, ୩୫୩ ନମ୍ୱର୍ ଜାତୀୟ ରାଜପଥ ଏବଂ ବିଭିନ୍ନ ଛକ ଠାରେ ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ଦୁଇ ଘଣ୍ଟା ଅନୁଷ୍ଠିତ ହେବ ନିଜ ଅଞ୍ଚଳ ରେ ସଫେଇ କରିବାକୁ ଆହ୍ବାନ କରିଛନ୍ତି। ସ୍ୱଚ୍ଛ ଓ ନିର୍ମଳ ପରିବେଶ ରଖିବାକୁ ଆହ୍ବାନ। ଖରିଆରରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ୍, ନିର୍ବାହୀ ଅଧିକାରୀ କମଳା ସନ୍ ରଥ, ଉପାଧ୍ୟକ୍ଷ ନିଶାନ୍ତ ଡ଼ାଗା ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେ।
