ଗାୟତ୍ରୀ ମେମୋରିଆଲ କ୍ରିକେଟ ଟ୍ରଫି ଉଦଘାଟିତ,,
ରଣପୁର/ଗୋପାଳପୁର
ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ମଝିଆଖଣ୍ଡ ଖେଳ ପଡ଼ିଆରେ ସ୍ଵର୍ଗତ ଗାୟତ୍ରୀ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାୟତ୍ରୀ ମେମୋରିଆଲ କ୍ରିକେଟ ମ୍ୟାଚ ର ଉଦଘାଟନୀ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଣପୁର ରଣପୁର ଥାନା ଅଧିକାରୀ ଆସିସ ଦେବ ସାହୁ, ଗୋପାଳପୁର ସରପଞ୍ଚ ମଧୁମିତା ତରେଇ, ବିଜେଡ଼ି ସଭାପତି ତଥା ପ୍ରମୋଦ କୁମାର ସାହୁ, ଶିକ୍ଷା ବିତ ରାଜିବ ବେହେରା ଉପସ୍ଥିତ ଥିଲେ। ଏହି କ୍ରିକେଟ ମ୍ୟାଚ ଛଅ ଗୋଟି ଟିମ୍ କୁ ନେଇ ସମ୍ପୂର୍ଣ୍ଣ ଆଇପିଏଲ ନିୟମ ଅନୁସାରେ ଖେଳାଯିବ ବୋଲି ଆୟୋଜକ ମୂଖ୍ୟ ପ୍ରଫୁଲ୍ଲ କୁମାର ନାୟକ କହିଛନ୍ତି। ଏହା ଛଅ ଦିନ ଧରି ଖେଳା ଯିବାକୁ ଥିବା ବେଳେ ଆସନ୍ତା ଚଳିତ ମାସ ସତର ତାରିଖ ରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଖେଳାଯିବ।ଏଥିରେ ନୟାଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି କ୍ରିକେଟ ମ୍ୟାଚ କୁ ରଣପୁର ଅଞ୍ଚଳର ସମାଜସେବୀ ତଥା ବିଜୁ ଜନତା ଦଳର ଯୁବ ସଂପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ ତାଙ୍କର ସ୍ତ୍ରୀ ସ୍ବର୍ଗତ ଗାୟତ୍ରୀ ସାହୁଙ୍କ ସ୍ମୃତି ଉଦେଶ୍ୟରେ ଏବଂ ଜଣେ ଭଲ ସ୍ବାମୀ ହିସାବରେ ମନେ ରଖିବାପାଇଁ ଏଭଳି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବା ବିଶେଷ ସୂତ୍ରରୁ ଖବର ଜଣାପଡ଼ିଛି,,ଖାଲି ସେତିକି ନୁହେଁ ତାଙ୍କ ସ୍ତ୍ରୀ ଗାୟତ୍ରୀ ସାହୁଙ୍କ ନାମରେ ରଣପୁରରେ ମଧ୍ୟ ଗାୟତ୍ରୀ ଇଣ୍ଟରପ୍ରାଇଜ ନାମକ ଏକ ମୋବାଇଲ, led ଟିଭି କ୍ୟାମେରା ଲାପଟପ୍ ,ଫ୍ରିଜ ସୋରୁମ ମଧ୍ୟ ଅଛି ଯେଉଁଠାରେ ସୁଲଭ ଫାଇନାନ୍ସ ସହିତ ଉଚିତ ମୂଲ୍ୟରେ ବିକ୍ରି କରାଯାଉଛି। ରଣପୁର ରୁ ଦିଲିପ ପରିଡ଼ା ଙ୍କ ରିପୋର୍ଟ ଭଞଦୂତ ଡିଜିଟାଲ।
