କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ନେଇ ସାପୁଆ ଡ୍ୟାମ ଠାରେ ଏକ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରିତୀ ମିଳନ ( Hostel parents ‘ Get Together) ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭଶ୍ରୀ ଦାସ ସାମନ୍ତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ, ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀ ଉପସ୍ଥିତ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖି, ପ୍ରତ୍ୟେକ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସଠିକ୍ ଦିଗଦର୍ଶନ ଓ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ଆଗାମୀ ଶିକ୍ଷା ବର୍ଷରେ ବିଦ୍ୟାଳୟର ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ବିଦ୍ୟାଳୟର ପରିଚାଳକ ଡକ୍ଟର ମଳୟ ରଞ୍ଜନ ପତି ଯୋଗଦେଇ ପିଲାମାନଙ୍କ ଜୀବନରେ ଅଭିଭାବକ ମାନଙ୍କର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମଟିକୁ ଆହୁରି ଆକର୍ଷଣୀୟ କରିଦେଇଥିଲା। ଏହି ଅବସରରେ ଅଭିଭାବକ ବିଦ୍ୟାଳୟର ସୁବିଧା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପିଲାମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଉପରେ ଆଲୋକପାତ କରି ସମସ୍ତଙ୍କୁ ଆଭାର ବ୍ୟକ୍ତ କରିଥିଲେ ଏବଂ ତତସହ ସଂସ୍କାର ପବ୍ଲିକ ସ୍କୁଲର ଉତ୍ତରୋତ୍ତର ଉନ୍ନତି ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ, ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ ଉପଭୋଗ କରି ପାରସ୍ପାରିକ ସହଯୋଗ ଓ ଏକତାର ଭାବନା ବାଣ୍ଟୀଥିଲେ।
ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ଜେନା ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଧର୍ମାନନ୍ଦ ସେଠି ଙ୍କ ଖବର
