ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ।
ବ୍ରହ୍ମପୁର – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରତିକ୍ଷୀତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା। ପୁରା ଦେଶର ପ୍ରାୟ ସମସ୍ତ ବିଦ୍ୟାଳୟ ସହିତ, ବ୍ରହ୍ମପୁର ର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ମଧ୍ୟ ପ୍ରସାରିତ ହୋଇଥିଲା।ଏଥିରେ ବିଦ୍ୟାଳୟ ପ୍ରଧାନଚାର୍ଯ୍ୟ ଶ୍ରୀ ଶିବାପ୍ରିୟ ଦାସ ଙ୍କ ତତ୍ବାବଧାନରେ ବିଦ୍ୟାଳୟର ପ୍ରାୟ ୧୧୦୦ ଛାତ୍ର ଛାତ୍ରୀ ଓ ୬୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ଦେଖିଥିଲେ।ଏଥିରେ ଦେଶର ବିଭିନ୍ନ ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ ସମୟରେ କିପରି ଭାବରେ ଚାପ ଦ୍ଵାରା ପ୍ରଭାବିତ ନ ହୋଇ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ପାରିବେ,ସେ ବିଷୟରେ ପରାମର୍ଶ ଦେଇ ଥିଲେ। ଆତ୍ମବିଶ୍ଵାସ ର ସହ ମାନସିକ ସନ୍ତୁଳନ ରଖିବାକୁ ଉପଦେଶ ଦେଇ ଥିଲେ।ଅନୁଶାସନ ଏବଂ ସମୟ ପ୍ରବନ୍ଧନ ଦ୍ଵାରା ଉଚ୍ଚ ସଫଳତା ହାସଲ କରାଯାଇ ପାରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ଜ୍ଞାନ ବର୍ଦ୍ଧକ ଓ ପ୍ରେରଣାଦାୟୀ ଥିଲା।
କାର୍ଯ୍ୟକ୍ରମ ପ୍ରସାରଣ ରେ ସମସ୍ତ କର୍ମଚାରୀ ସହ ଶିକ୍ଷକ ଶ୍ରୀ ନଳିନୀ ରଞ୍ଜନ ଦାସ, ପୃଥ୍ବୀରାଜ ମହାପାତ୍ର,ସୁଶ୍ରୀ ଚନ୍ଦ୍ରୀମା ଦାସ,ସୁଶ୍ରୀ କେ ନଦୀୟା ରାଣୀ ସହଯୋଗ କରିଥିଲେ।
