*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୋଦୋବେଡା ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ମାଘ ପୂର୍ଣ୍ଣିମା ଓ ଭଗବତ୍ ଚେତନା ଉତ୍ସବ ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା*
ନୂଆପଡ଼ା(ମିଖାଏଲ ନନ୍ଦ)
ଆଦ୍ୟ ତାରିଖ 01/୦୨/୨୬ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୋଡୋବେଡ ଗ୍ରାମ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ମାଘ ପୂର୍ଣ୍ଣିମା ଓ ଭଗବତ୍ ଚେତନା ଉତ୍ସବ ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା ।କର୍ତ୍ତା ଭାବରେ ଶ୍ରୀମତୀ ଲୁନl ମେହେର ଓ ସ୍ବାମୀ ଦଇତାରୀ ମେହେର ଯଜ୍ଞ ଉତ୍ସବ ଟିକୁ ପାଳନ କରିଥିଲେ
ଏହି ବିଶାଳ ସତସଙ୍ଗ ଉତ୍ସବ କୁ ସିନାପାଲି ଅଞ୍ଚଳ ର ଶତାଧିକ ଲୋକଙ୍କ ଯୋଗଦାନ ସହ ଭଗବତ୍ ଚେତନା ର ବାର୍ତ୍ତା ତଥା ଆଜିର ମାଘ ପୂର୍ଣ୍ଣିମା ର ବିଶେଷତ୍ଵ କୁ ଶ୍ରୀ ମତି ଲୁନା ମେହେର ଓ ତାଙ୍କ ସାଥୀ ପ୍ରଞ୍ଜଳଭବରେ ବୁଝାଇ କହିଥିଲେ ଯେ ଆଜିର ସମାଜ କୁ ସଂସ୍କାର ଜରୁରୀ ଓ ଯଜ୍ଞ ସତସଙ୍ଗ ର ଆବଶ୍ୟକତା ରହିଛି ଏଣୁ ସମସ୍ତ ସ ଚରାଚର ଜୀବ ଜଗତ ର ଉନ୍ନତି କଳ୍ପେ ସମସ୍ତ ବ୍ୟକ୍ତି ସତ୍ ମାର୍ଗରେ ପରିଚାଳିତ ହେବା ପାଇଁ ସଂକଳ୍ପବଦ୍ଧ ହେବା । ଆଜିର ଏହି ଉତ୍ସବରେ ଯମୁନା ମେହେର କେତକୀ ମେହେର ତଥା ଶ୍ରଦ୍ଧା ସଂସ୍ଥା ର ସଦସ୍ୟ ମାନେ ଅଂଶଗ୍ରହଣ କରି ଏହି ମାଘ ପୂର୍ଣ୍ଣିମା ଉତ୍ସବ କୁ ସଫଲ୍ୟ ମଣ୍ଡିତ କରି ଉପସ୍ଥିତ ଭକ୍ତ ବୃନ୍ଦ ତଥା ବ୍ୟକ୍ତି ବିଶେଷ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯକ୍ରମ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ସହଯୋଗ ରେ ଶ୍ରଦ୍ଧା ଅନୁଷ୍ଠାନ ଆୟୋଜନ କରିଥିଲେ ।
