ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ଙ୍କ କୃତିତ୍ୱ: କଳାହାଣ୍ଡି:(କିଶନ ଶର୍ମା)-ଭବାନୀପାଟଣା ମାଣିକେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ର ଶ୍ରୀ ଆଶୁତୋଷ ମେହେର 2024/25 ଶିକ୍ଷା ବର୍ଷ ରେ ଅନୁଷ୍ଠିତ ହୋଇଥିବା “ବାଲ ବୈଜ୍ଞାନିକ ପ୍ରଦର୍ଶନୀ ” ରେ ଭାଗ ନେଇ ଥିଲେ। ଏହି ପ୍ରଦର୍ଶନୀ ର Theme ଥିଲା ” Science and Technology for Sustainable Future ” ଏବଂ ଏଥିରେ 7ଟି sub -theme ଥିଲା। ସେଥି ମଧ୍ୟରୁ ଆଶୁତୋଷ ର sub -theme ଥିଲା “Transport and Communication ଏବଂ ତାହାର ପ୍ରକଳ୍ପ ର ନାମ ଥିଲା ” Micro drone for army protection “.ଏହି ପ୍ରଦର୍ଶନୀ ରେ ସେ ବିଦ୍ୟାଳୟ ସ୍ତର ରୁ ଆରମ୍ଭ କରି ବ୍ଲକ ସ୍ତର,ଓ ଜ଼ିଲ୍ଲା ସ୍ତର ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତର କୁ ମନୋନୀତ ହୋଇଥିଲେ। 2024 Nov 18ରୁ 20 ପର୍ଯ୍ୟନ୍ତ ବରଗଡ ଜ଼ିଲ୍ଲା ର ବରପାଲି ଠାରେ “52ତମ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀ ରେ ଆଶୁତୋଷ ଭାଗ ନେଇ ନିଜର ପ୍ରକଳ୍ପ ର ଉପସ୍ଥାପନା ଅତି ଚମତ୍କାର ଭାବରେ କରି ସେଠାରେ ମଧ୍ୟ ସମଗ୍ର ରାଜ୍ୟ ରେ ନିଜର sub-theme ରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ଓ 52ତମ Eastern India Science and Engineering Fair (EISEF)2024/25 କୁ ମନୋନୀତ ହୋଇଥିଲେ ଯାହା କି kolkotta ର BITM (Birla Industrial and Technological Museum) ରେ ଚଳିତ ବର୍ଷ ଜାନୁଆରୀ 7, 2025 ରୁ ଜାନୁଆରୀ 10, 2025 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସେ କଳାହାଣ୍ଡି ଜ଼ିଲ୍ଲା ର ଏକ ମାତ୍ର ପିଲା ପୂର୍ବ ଭାରତ ସ୍ତର କୁ ମନୋନୀତ ହୋଇଥିଲେ। ସେଠାରେ ମଧ୍ୟ ସେ ନିଜର ପ୍ରକଳ୍ପ ପ୍ରଦର୍ଶନ କରି ନିଜର ଉପସ୍ଥାପନା ଶୈଳୀ ରେ ସମସ୍ତ ବିଚାରକ ମଣ୍ଡଳୀ ଏବଂ ଦର୍ଶକ ମାନଙ୍କୁ ମୁଗ୍ଧ କରି ସମସ୍ତ ଙ୍କ ମନ ଜିଣି ନେଇ ଥିଲେ। ଏତିକିରେ ତାଙ୍କର ଯାତ୍ରା ସରି ନଥିଲା। ସେଠାରୁ ସେ ପୁଣି “52ତମ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 2025″କୁ ମନୋନୀତ ହୋଇଥିଲେ ଯାହାକି NCERT ଦ୍ୱାରା ପରିଚାଳିତ। ଏହି ପ୍ରଦର୍ଶନୀ ଗତ Nov 18, 2025ରୁ Nov 23, 2025 ପର୍ଯ୍ୟନ୍ତ ଭୋପାଲ ର RIE (Regional Institute of Education )ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ସମଗ୍ର କଳାହାଣ୍ଡି ଜ଼ିଲ୍ଲା ରୁ ସେ ଏକ ମାତ୍ର ପିଲା ମନୋନୀତ ହୋଇଥିଲେ। ଭୋପାଲ ର RIE ଠାରେ ଆଶୁତୋଷ ବହୁତ ଉନ୍ନତ ଓ ଅତ୍ୟାଧୁନିକ ଧରଣ ର ପ୍ରକଳ୍ପ “Micro drone for army protection ” ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ ଏବଂ ସମସ୍ତ ବିଚାରକ ମଣ୍ଡଳୀ ଓ ଦର୍ଶକ ମଣ୍ଡଳୀ ଙ୍କୁ ତାଙ୍କର ଉପସ୍ଥାପନା ଶୈଳୀ ରେ ଆକୃଷ୍ଟ କରିପାରିଥିଲେ, ଯାହା ଫଳରେ ସେ ବହୁତ ପରିମାଣ ରେ ପ୍ରଶଂସା ସାଉଁଟି ଥିଲେ ଓ ପୁରସ୍କୃତ ମଧ୍ୟ ହୋଇଥିଲେ।
ଏ ସମସ୍ତ କାର୍ଯ୍ୟ ରେ ଏବଂ ସବୁ ସ୍ତର ରେ ବ୍ଲକ ସ୍ତର ରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ତମସା ମହାପାତ୍ର ଶ୍ରୀ ଆଶୁତୋଷ ର guide teacher ବା ମାର୍ଗଦର୍ଶକ ଶିକ୍ଷକ ରହିଆସିଛନ୍ତି ଏବଂ ତାଙ୍କର ତତ୍ୱାବଧାନ ରେ ସଠିକ ମାର୍ଗ ପ୍ରଦର୍ଶନ କରାଇଛନ୍ତି। ମହାପାତ୍ର ମାଡାମ ମଧ୍ୟ ନିଜ ଛାତ୍ର ସହ ରାଜ୍ୟ ସ୍ତର, ପୂର୍ବ ଭାରତ ସ୍ତର ଓ ଜାତୀୟ ସ୍ତର କୁ ଯାଈ ନିଜ ଛାତ୍ର ର ମନୋବଳ ବଢାଇବା ସହ ଅକ୍ଲାନ୍ତ ପରିଶ୍ରମ କରି ଏହି ପ୍ରଦର୍ଶନୀ ରେ ନିଜ ଛାତ୍ର କୁ ବହୁତ ସାହାଯ୍ୟ ଓ ସହଯୋଗ କରିଛନ୍ତି ଓ ପୁରସ୍କୃତ ମଧ୍ୟ ହେଇଛନ୍ତି।
