ତ୍ରିପାଠୀ ଭବନରେ ନାମକରଣ ଉତ୍ସବ ଅନୁଷ୍ଠିତ କେନ୍ଦୁଝର ଜ଼ିଲ୍ଲା (୦୫. ୦୧.୨୬), ଯୋଡ଼ା ବ୍ଲକ ଅନ୍ତର୍ଗତ ଭୁଷୁଁଗା ଗ୍ରାମ ସ୍ଥିତ ତ୍ରିପାଠୀ ଭବନ ଠାରେ
ନାମ କରଣ ଉତ୍ସବ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ଟି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଙ୍କ ଭୁଷୁଁଗା ଗ୍ରାମ ସ୍ଥିତ ତ୍ରିପାଠୀ ଭବନ ଠାରେ ବଡ଼ ପୁଅ ନାଗାର୍ଜୁନ ତ୍ରିପାଠୀ ଓ ବଡ଼ ବହୁ ସମ୍ଭିତା ତ୍ରିପାଠୀଙ୍କ କନ୍ୟା ସନ୍ତାନ ଙ୍କ ନାମ କରଣ ଉତ୍ସବ ହୋଇଥିଲା।ତେବେ ଏହି ଉତ୍ସବ ସନ୍ଧ୍ୟା ପାଞ୍ଚ ଘଟିକା ରୁ ଆରମ୍ଭ ହୋଇ ରାତ୍ର ବାର ଘଟିକା ରେ ଶେଷ ହୋଇ ଥିଲା।ଏଥିରେ ହଜାର ହଜାର ସଂଖ୍ୟା ରେ ଜନ ସାଧାରଣ ଯୋଗଦେଇ ପ୍ରସାଦ ସେବନ କରିଥିଲେ।
ଆଜି ଏହି ପୂଜାରେ ତାଙ୍କ ସହିତ ଧର୍ମପତ୍ନୀ ଅନୁସୟା ତ୍ରିପାଠୀ, ବଡ଼ ପୁଅ ନାଗାର୍ଜୁନ ତ୍ରିପାଠୀ,ବଡ଼ ବହୁ ସମ୍ଭିତା ତ୍ରିପାଠୀ, ସାନ ପୁଅ ସଂଗ୍ରାମ ତ୍ରିପାଠୀ , ସାନ ବହୁ ଗୀତା ତ୍ରିପାଠୀ, ନାତି-ଅର୍ଜୁନ ତ୍ରିପାଠୀ, ସାଇରାଜ ତ୍ରିପାଠୀ, ନାତୁଣୀ ସିଦ୍ଧି ସ୍ମୃତି ତ୍ରିପାଠୀ ଉପସ୍ଥିତ ଥିଲେ l
