ବ୍ଯାସକବି ସାଂସ୍କୃତିକ ଅନୁଷ୍ଠାନରେ ୩୨ତମ ବାର୍ଷିକ ଉତ୍ସବ ଉଦଘାଟିତ
ବସ୍ତା:- (ଆପ୍ର) ସେଖ ଆଜାରୁଦ୍ଦିନ
ବସ୍ତା ଥାନା ହଳଦୀପଦା ସ୍ଥିତ ବ୍ଯାସକବି ସାଂସ୍କୃତିକ ଅନୁଷ୍ଠା ପକ୍ଷରୁ ୩୨ତମ ବାର୍ଷିକ ଉତ୍ସବ ଉଦଘାଟନ ହୋଇ ଯାଇଅଛି। ଉଦଘାଟନୀ ଉତ୍ସବରେ ଓଡିଆ ଶିଶୁ ସାହିତ୍ଯ ଗବେଷଣା ପରିଷଦ ସହଯୋଗରେ କିଶୋର ଲେଖନୀ କର୍ମଶାଳା ଓ ଅବିଭାବକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସରସ୍ବତୀ ଶିଶୁ ମନ୍ଦିରର ସଭାପତି କାର୍ତ୍ତିକ ଚନ୍ଦ୍ର ବାରିକ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଗବେଷଣା ପରିଷଦର ସଦସ୍ଯ ଗୌତମ ମହାରଣା ସଂଜୟ କୁମାର ଦାସ ରଞନ ନାୟକ, ବାଇଚଢେଇ ପତ୍ରିକାର ସମ୍ପାଦକ ବିକାଶ ଶତପଥୀ ଅବସର ଶିକ୍ଷକ ସଦାନନ୍ଦ ପାଣିଗ୍ରାହି ଯୋଗ ଦେଇ ମୋବାଇଲ ଠାରୁ ପିଲା ମାନେ ଦୂରେଇ ରହିବାକୁ ପରାମୋର୍ସ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଅନିଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମହେନ୍ଦ୍ର କୁମାର ସାହୁ ଧନ୍ଯବାଦ ଜଣାଇଥିଲେ।
