କଲ୍ୟାଣପୁର ପ୍ରାଥମିକ କୃଷି ସମବାୟ ସମିତି ରେ ଆଜି ତା 3 ତାରିଖ ଅପରାହ୍ନ 3 ଘଟିକା ସମୟରେ ଅଫିସ ପ୍ରଙ୍ଗଣରେ ଚଳିତ 2025 ବର୍ଷ ଖରିଫ ଧାନ କିଣା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି(SLPC) l ଏହି ବୈଠକରେ ବିଂଝାରପୁର ମଣ୍ଡଳ ଖାଦ୍ୟ ଓ ଯୋଗାଣ ଅଧିକାରୀ, ବିଂଝାରପୁର ମଣ୍ଡଳ ରାଜସ୍ବ ନିରୀକ୍ଷକ, ସମିତିର ସଭାପତି, ସମ୍ପାଦକ ଓ ସମିତିରେ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିବା ଚାଷୀମାନେ ଉପସ୍ଥିତ ରହିଥିଲେ ଓ ସରକାରଙ୍କ ଝୋଟ ବ୍ୟାଗରେ ଧାନ ଦେବା ନିଷ୍ପତି କୁ ବିରୋଧ କରି ସମିତିର ସଭାପତିଙ୍କ ନିକଟରେ ଆପତ୍ତି ଜଣାଇଥିଲେ
