ବସ୍ତା କୁ ଏନ.ଏ.ସି ଘୋଷଣା ନ ହେବା ପ୍ରତିବାଦରେ ଗର୍ଜିଲା ବସ୍ତା କଂଗ୍ରେସ।
ବସ୍ତା:- ସେଖ ଆଜାରୁଦ୍ଦିନ (ନି ପ୍ର)
ରାଜ୍ୟ ସରକାର ପ୍ରଥମରୁ ୨୮ ଟି ଏନ.ଏ.ସି ଘୋଷଣାରେ ବସ୍ତାକୁ ସ୍ଥାନ ଦେଇଥିବା ବେଳେ ଗତ ସୋମବାର ଦିନ ହଠାତ ବସ୍ତାକୁ ଏନ.ଏ.ସି ବିଜ୍ଞପ୍ତି ରୁ ବାଦ ପକା ଯାଇଥିବାରୁ କଂଗ୍ରେସ ସମେତ ଜନ ସାଧାରଣରେ ତୀବ୍ର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଯାହାଫଳରେ ବୁଧବାର ବସ୍ତା କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ହୋଇଥିଲା। କଂଗ୍ରେସର ପର୍ଯ୍ଯବେକ୍ଷକ ତଥା ଯୁବ ନେତା ଇଂ. ସୁଧାଂଶୁ ଶେଖର ଯେନାଙ୍କ ତତ୍ବବଧାନରେ ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିଲା। ବସ୍ତା ଏନ.ଏ.ସି ରୁ ବାଦ ପକାଯିବା ପ୍ରତିବାଦରେ ବସ୍ତା ଷ୍ଟେସନ ଛକରେ ଧାରଣା ଓ ସଭା ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ପ୍ରାକ୍ତନ ଜିଲ୍ଲା ସଭାପତି ସଂଜୀବ କୁମାର ଗିରି, ବିଧାନସଭା ପ୍ରାର୍ଥୀ ବିଜନ କୁମାର ନାୟକ, ବସ୍ତା ବ୍ଲକ ସଭାପତି ସତ୍ୟ ନାରାୟଣ ଗୁପ୍ତା, ମନୋଜ କୁମାର ମହାନ୍ତି, ଯୁବନେତା ତଥା ପର୍ଯ୍ୟବେକ୍ଷକ ଇଂ. ସୁଧାଂଶୁ ଶେଖର ଜେନା, ପୂର୍ବତନ ସମିତି ସଭ୍ୟ ରବୀନ୍ଦ୍ର ଦାସ, କମଳ ଲୋଚନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତବ୍ୟ ରେ ଯୁବନେତା କହିଥିଲେ ଦିର୍ଘ ୨୪ ବର୍ଷ ବିଜେଡି ଶାସନ କାଳ ମଧ୍ୟରେ ବସ୍ତାରେ ଆଦର୍ଶ ବିଦ୍ଯାଳୟ ବସ୍ତା ନିର୍ବାଚନ ମଣ୍ଡଳୀକୁ ସ୍ଥାନିତ ନ ହୋଇ ଜଳେଶ୍ବର ନିର୍ବାଚନ ମଣ୍ଡଳୀକୁ ସ୍ଥାନିତ ହୋଇଥିଲା ହେଲେ ଏବେ ଶାସକଦଳ ବସ୍ତା ଏନଏସିକୁ ବାତିଲ କରିବା ବସ୍ତା ବାସୀଙ୍କୁ କୋଠାରଘାତ କରିଛି। ଉପସ୍ଥିତ କଂଗ୍ରେସଦଳର ନେତୃ ମଣ୍ତଳୀ ଶାସକ ଦଳ କୁ ତୀବ୍ର ସମାଲୋଚନା କରିଥିଲେ। ଏନ ଏ ସି ପାଇଁ ବସ୍ତା ବନ୍ଦ ସହିତ ରାଜ ରାସ୍ତାକୁ ଅବରୋଧ କରାଯିବ ବୋଲି କଂଗ୍ରେସ ନେତୃ ମଣ୍ତଳୀ ଘୋଷଣା କରିଛନ୍ତି।
