୰ ରାଜେଶ ଦତ୍ତ ଘର ଭୀମପୁରା ! ସେ ଦିନ ଥିଲା ଡିସେମ୍ବର ସାତ ତାରିଖ ୨୦୨୪ ମସିହା। ତୁ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯିବା ଏହାରି ଭିତରେ ବର୍ଷଟିଏ ବିତି ଗଲାଣି। ହେଲେ ଏବେବି ମନକୁ ନା ବୁଝାଇ ହେଉଛି, ନା ବିଶ୍ୱାସ କରି ହେଉଛି, ଯେ ତୁ ଆମ ଗହଣରେ ଆଉ ନାହୁଁ ବୋଲି। ବିଧିର ବିଧାନ ବଡ଼ ବିଚିତ୍ର। ଟୀକା ଗୋବିନ୍ଦରେ ଲେଖାଥିବା ଗୋଟିଏ କଥା ମନେ ପଡ଼େ ” ବାଛିନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ “। ଯଦିଓ ମୋ ସହିତ ଖୁବ କମ ଦିନ ପାଇଁ ଯୋଡ଼ି ହୋଇଥିଲୁ, ହେଲେ ତୋର ମୋ ପ୍ରତି ରହିଥିବା ସ୍ନେହ, ଶ୍ରଦ୍ଧା, ସମ୍ମାନ ସବୁଦିନ ପାଇଁ ଚିର ସ୍ମରଣୀୟ। ତୋର ଯେଉଁ ମେଳାପି ହସଖୁସି ସ୍ୱଭାବ ଏବେବି ସଭିଙ୍କ ମନରୁ ଲିଭି ନାହିଁ। ତୋର ସେ ହସହସ ମୁହଁ, ମେଳାପି ସ୍ୱଭାବ ସବୁଦିନ ପାଇଁ ପରିବାର, ବନ୍ଧୁବର୍ଗ, ସାଙ୍ଗସାଥୀ ,ଆତ୍ମୀୟ ସ୍ବଜନଙ୍କ ପାଇଁ ଅଭୁଲା ସ୍ମୃତି ହୋଇ ରହିବ। ଯେଉଁଠି ବି ଥାଆ, ଭଲରେ ଥା। ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତୋର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି।।।
ସମ୍ବିତ କୁମାର ବେହେରା
ବାଲେଶ୍ୱର
