*ଅଭିଶପ୍ତ ଜୀବନର ଦାରୁଣ୍ୟ କାହାଣୀ, ମାଁ ଙ୍କ ମୃତ୍ୟୁ ପରେ ଶବକୁ କାନ୍ଦ ମିଳୁନଥିବା ବେଳେ ମାନସିକ ଗସ୍ତ ପୁଅ ଜୀବନ ଅସହ୍ୟ*
ନୂଆପଡା (ମିଖାଏଲ ନନ୍ଦ )
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତଗତ ବିରିଘାଟ ଗ୍ରାମ ରେ ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା। *ଅଭିଶପ୍ତ ଜୀବନର ଦାରୁଣ୍ୟ କାହାଣୀ, ମାଁ ଙ୍କ ମୃତ୍ୟୁ ପରେ ଶବକୁ କାନ୍ଦ ମିଳୁନଥିବା ବେଳେ ମାନସିକ ଗସ୍ତ ପୁଅ ଜୀବନ ଅସହ୍ୟ ହୋଇପଡ଼ିଛି। କୁସମାଲ୍ ଗ୍ରାମର ପ୍ରେମଶିଳା ସଗରିଆ ବୟସ ମାତ୍ର ୫୫ ବର୍ଷ,। ସେ ଲିପ୍ରୋଷି ରୋଗରେ ପୀଡିତ ଥିବା ବେଳେ ଗତ ସପ୍ତାହରେ ତାଙ୍କ ମୃତ୍ୟୁ ହୋଇଅଛି। ତାଙ୍କ ର ଏକ ମାନସିକ ରୋଗ ଗସ୍ତ କିଶୋର ପୁଅ ଅରବିନ୍ଦ ଶଗରିଆ। ସେ ମାନଙ୍କ ଜନ୍ମରୁ ରୋଗ ରେ ପୀଡ଼ିତ ଥିଲେ। ଆବଶ୍ୟକ ସହାୟତା କିମ୍ବା ଦୀର୍ଘ ସମୟ ଚିକିତ୍ସା ସହ ଆବଶ୍ୟକ ଔଷଧ ସେବନ କରିବାକୁ କିଏ ବି ଜଣେ ପରିବାର ରେ ନାହାନ୍ତି। କରିବା କଣ? ପ୍ରେମଶିଳା ସଗରିଆ ଙ୍କ ମୃତ୍ୟୁ ପରେ ତାଙ୍କ ଶେଷ କୃତ୍ୟ ପାଇଁ ଜଣେ ମଧ୍ୟ ଗ୍ରାମବାସୀ ବାହାରିଲେ ନାହିଁ। ଆଶା ତୁରନ୍ତ ଆୟୁଷ ଡ଼ାକ୍ତର ଡଃ. ଅର୍ଣ୍ଣଦା ଶଙ୍କର ଦାସ ଙ୍କୁ ଯୋଗ ଯୋଗ କରିଥିଲେ। ଡଃ.ଦାସ ଗ୍ରାମ କୁ ଯାଇ ମାନବିକତା ର ପରିଚୟ ଦେଇ ତୁରନ୍ତ ଗ୍ରାମବାସୀ ଙ୍କୁ ବୁଝାଏ ଥିଲେ। ଗ୍ରାମରୁ ତିନି ଜଣ ଯୁବକ ବାହାରିବା ପରେ ଡଃ.ଦାସ ଗୋଟି କାନ୍ଦ ଦେଇ ଶବ କୁ ବୋହିଥିଲେ। ବର୍ତ୍ତମାନ ପୁଅ କୁ ଚିକିତ୍ସା ଏବଂ ମାନସିକ ରୋଗ ଗସ୍ତ ଯୁବକ ଙ୍କ ଭାଗ୍ୟ ଅନ୍ଧକାରମୟ।
