ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତଶକ୍ତି ସଙ୍ଗମ ଅନୁଷ୍ଠିତ
ବସ୍ତା:- (ନି ପ୍ର)
ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ରୂପସା ଆଙ୍କୋ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରବିବାର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତି ପ୍ରନିମା ଦାସଙ୍କ ପୌରହିତ୍ୟରେ ମହିଳାମାନଙ୍କୁ ନେଇ ଏକ “ସପ୍ତଶକ୍ତି ସଙ୍ଗମ” ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୀଳମଣି ମହାବିଦ୍ୟାଳୟ, ରୂପସାର ସଂସ୍କୃତ ଅଧ୍ୟାପିକା ଶ୍ରୀମତି ପିନାକ୍ଷୀ ପଣ୍ଡା, ମୁଖ୍ୟ ବକ୍ତା ବାଲେଶ୍ଵର ସଙ୍କୁଳର ସଙ୍କୁଳ ସଂଯୋଜିକା ଶ୍ରୀମତି ମିନତୀ ରାଣୀ ନାୟକ, ପରିଚାଳନା ସମିତିର ସଦସ୍ୟା ଶ୍ରୀମତି ସବିତା ଦାସ ସଭାପତିତ୍ବ ଭାବେ ମଞ୍ଚ ପରିଚାଳନା କରିଥିଲେ। ମାତୃ ଭାରତୀର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଙ୍କ ସମେତ ମାତୃ ଭାରତୀର ସମସ୍ତ ସଦସ୍ୟା ସ୍ବାଗତ ସଙ୍ଗୀତ ଗାନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଭଉଣୀମାନେ ସ୍ବାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ମା ‘ ହିସାବରେ କାଞ୍ଚନ ମଣି ଗିରି ଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ବହୁ ସଂଖ୍ୟକ ମା ‘ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଶେଷରେ ସମସ୍ତେ ସଂକଳ୍ପ କରିବା ସହ ଆଚାର୍ଯ୍ୟା ଗୁରୁବାରି ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ଅନ୍ୟ ସମସ୍ତ ଗୁରୁମା ସହଯୋଗ କରିଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
