*ସିନାପାଲି ବ୍ଲକ ରେ କୁଷ୍ଠ ଚି଼ହ୍ନଟ ଶିବିର*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବ୍ୟାପି ଗତ ୧୭. ୧୧. ୨୫ ରୁ କୁଷ୍ଠ ରୋଗ ନିରାକରଣ ଅଭିଯାନ ଆରମ୍ଭ ହୋଇସାରିଛି ଯାହା ଆସନ୍ତା ୩୦.୧୧. ୨୫ ରିଖ ପର୍ଯ୍ୟନ୍ତ ଚାଳିବ ଏହି ସଂକ୍ରାନ୍ତ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି ଅନ୍ତର୍ଗତ ଟିମନପୁର,ରାଣିମୁଣ୍ଡା,ଗୋବିନ୍ଦପୁର ଗଡ଼ରାମାଳ,ଛୋଟ ଡର୍ଲିପଡ଼ା,କୁଳିଆଡୋଙ୍ଗରୀ, ମହାଗାଁ ଠାରେ କୁଷ୍ଠ ରୋଗ ନିରାକରଣ ପାଇଁ କୁଷ୍ଠ ରୋଗୀ ଚି଼ହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା| ଉକ୍ତ କାର୍ଯ୍ୟକ୍ରମ ରେ କୁଷ୍ଠ ରୋଗ ନିରାକାରଣ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ ଏବଂ ଡିଏଲସି ଅନିତା ସାହୁ ଉପସ୍ଥିତ ରହି ସନ୍ଦେହ ଥିବା ଲୋକଙ୍କ ପରୀକ୍ଷା କରିଥିଲେ ସେଥିରୁ ୮ଜଣ କୁଷ୍ଠ ରୋଗୀ ଚି଼ହ୍ନଟ କରାଯାଇଥିବା ବେଳେ ଔଷଧ ପ୍ରଦାନ କରାଯାଇଥିଲା | ମହାଗାଁ ଉଚ୍ଚ ବିଦ୍ୟାଳୟ ଏବଂ ଛୋଟ ଡର୍ଲିପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀ ଛାତ୍ର ଛାତ୍ରୀ ଙ୍କୁ କୁଷ୍ଠ ରୋଗ ନିରାକରଣ ବିଷୟରେ ସଚେତନତା କରିଥିଲେ |
